Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଜଳିଗଲା ୭ ବଖରା ଘର

5/10/2021 at 10:52 AM

ଆନନ୍ଦପୁର ୫।୧୦: ଆନନ୍ଦପୁର ଉପଖଣ୍ଡ ହଟଡିହି ବ୍ଲକ୍ ପନ୍ଦାଡୋ ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ୪ଟି ପରିବାରର ୭ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୋମବାର ମଧ୍ୟରାତିରେ ଏହି ଘଟଣା ଘଟିଥିବା ବେଳେ ଗାଁର ନାରାୟଣ ନାୟକଙ୍କ ରୋଷେଇ ଘରୁ ପ୍ରଥମେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ଚାରିଆଡେ ବ୍ୟାପୀ ଯାଇଥିଲା ।

ରୋଷେଇ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିବାରୁ  ନିଆଁ ପାଖକୁ ଯିବାକୁ କୌଣସି ଲୋକେ ସାହସ କରିନଥିଲେ । ଫଳରେ ନିକଟରେ ଥିବା ପ୍ରମୋଦ ନାୟକ, ସୁଶାନ୍ତ ନାୟକ ପହି ଓ ଲଳିତ ପହିଙ୍କ ଘରେ ନିଆଁ ଲାଗିଯାଇଥିଲା । ଖବର ଦେବାରୁ ହାଟଡିହି ଅଗ୍ନିଶମ ବିଭାଗ ପହଞ୍ଚିଥିଲେ ମଧ୍ୟ କୌଣସି ସାମଗ୍ରୀ ଉଦ୍ଧାର ହୋଇପାରିନାହିଁ ।

ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନାହିଁ । ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।  ଅଗ୍ନି ବିପନ୍ନ ପରିବାରକୁ ପ୍ରଶାସନର ସହାୟତା ପାଇଁ ଦାବି ହୋଇଛି ।

   Related Posts