ଗ୍ୟାସ୍‌ ସିଲିଣ୍ଡର ଫାଟି ଉଡ଼ିଗଲା ଛାତ

Published By : Prameya-News7 Bureau | May 19, 2020 IST

ନବରଙ୍ଗପୁର୧୯/୫: ଗ୍ୟାସ୍‌ ସିଲିଣ୍ଡର ଫାଟି ଉଡ଼ିଯାଇଛି ଘରର ଛାତ। ଆହତ ହୋଇଛନ୍ତି ପରିବାରର ୩ ଜଣ । ଏଭଳି ଘଟଣା ଘଟିଛି ରାଇଘର ବ୍ଲକ କୁସୁମପୁର ଗାଁରେ । ଗାଁର ସେଫାଳି ଅଧିକାରୀ ଘରେ ରୋଷେଇ କରୁଥିବା ବେଳେ ହଠାତ୍‌ ସିଲିଣ୍ଡର ଫାଟି ଯାଇଥିଲା । ଝିଙ୍କର ଛାତକୁ ଉଡ଼ାଇ ନେଇଥିଲା । ଏଥିରେ ସେଫାଳିଙ୍କ ସମେତ ତାଙ୍କ ଦୁଇ ପୁଅ ପ୍ରବୀଣ ଓ ଆଶିଷ ଆହତ ହୋଇଛନ୍ତି । କାହାର ପେଟ ଜଳିଯାଇଛି ତ ଆଉ କାହାର ହାତ ଜଳିଯାଇଛି । ସେମାନଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.