ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ଦୋକାନ, ନିଆଁରେ ପୋଡିଗଲା ଆସବାପତ୍ର

Published By : Prameya-News7 Bureau | March 01, 2020 IST

ଟାଙ୍ଗୀ ୦୧।୦୩ : ଫାଟିଲା ଗ୍ୟାସ ଟାଙ୍କି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗାଁରେ ଘଟିଛି ଘଟଣା । ଗ୍ୟାସ୍‌ ଟାଙ୍କି ଫାଟିବା ଦ୍ବାରା ଫାଟିବା ଦ୍ବାରା ଦୋକାନ ଘର ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି ।

{"id":231051,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ଟାଙ୍ଗୀ ସିନେମା ହଲ୍ ଛକରେ ଘଟିଛି ଏହି ଅଘଟଣ । ଗ୍ୟାସ୍ ଟାଙ୍କି ଫାଟି ଦୋକାନର ସମସ୍ତ ଆସବାପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ପୋଡିଯାଇଥିବା ଦୋକାନକୁ ଟାଙ୍ଗୀ ଗାଁର ଅମୂଲ୍ୟ ବେହେରା କରିଥିଲେ । ଏବଂ ଏହି ଦୋକାନ ଜରିଆରେ ନିଜର ପରିବାର ପ୍ରତିପୋଷଣ କରନ୍ତି । ଦୋକାନ ଜଳିପୋଡି ପାଉଁଶ ହୋଇଯିବାରୁ ସେ ଏବେ ବେସାହାରା ହୋଇଯାଇଛନ୍ତି । ଅମୁଲ୍ୟଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.