ଗ୍ୟାସ୍‌ ସିଲିଣ୍ଡର ଭର୍ତ୍ତି ବେଳେ ଫାଟିଗଲା, ଆହତ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | November 01, 2021 IST

ବ୍ରହ୍ମପୁର, ୧/୧୧: ଚର୍ଚ୍ଚ ରୋଡ଼ରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ଆହତ । ଗ୍ୟାସ ସିଲିଣ୍ଡର ସରିଯିବା ପରେ ତାହାକୁ ପୁନଃର୍ବାର ଭର୍ତ୍ତି କରିବା ପାଇଁ ଉପରେ ଆଉ ଏକ ଭର୍ତ୍ତି ସିଲିଣ୍ଡର ଲଗାଇବା ସମୟରେ ଗ୍ୟାସ ଲିକ ହୋଇ ଫାଟିଥିବା ସୂଚନା ମଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହାତଙ୍କୁ ଉଦ୍ଧାର କରିଥିବା ବେଳେ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗ୍ଯାସ୍ ବିସ୍ଫୋରଣରେ ଘରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

{"id":537079,"sizeSlug":"full","linkDestination":"none"}

ସୂଚନା ଅନୁସାରେ, ଆର୍ ସି ଚର୍ଚ୍ଚ ରୋଡ଼ ନିକଟରେ ଭାସ୍କର କୁମାର ପାତ୍ରଙ୍କ ଘରେ ଏପରି ଅଘଟଣ ଘଟିଛି । ଗ୍ୟାସ ସିସଲିଣ୍ଡର ଟି ହଠାତ୍‌ ଫାଟି ଯାଇଥିଲା । ଆହତ ଜଣକ ସୁନିଲ( ଗ୍ୟାସ ଦୋକାନୀ କର୍ମଚାରୀ)ବୋଲି ଜଣାପଡ଼ିଛି । ଆହତଙ୍କ ସିଟି ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.