Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୨୪ ଘଣ୍ଟା ଅନବରତ ହେଉଛି ଶବ ସତ୍କାର, ଶବଦାହ ଗୃହର ବ୍ଲୋୟର ଫ୍ୟାନ୍‌ ବି ତରଳି ଗଲା

22/04/2021 at 5:58 PM

ବାରଣାସୀ ୨୨/୪: ଉତ୍ତରପ୍ରଦେଶରେ କରୋନା ପ୍ରକୋପ ବଢ଼ିଚାଲିଛି। ବାରଣାସୀ ଏବଂ ପାଖାପାଖି ଜିଲ୍ଳାରେ କୋଭିଡ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଉଛି। ବାରଣାସୀର ହରିଶ୍ଚନ୍ଦ୍ର ଘାଟରେ ତିଆରି ହୋଇଥିବା ଗ୍ୟାସ୍‌ ଶବଦାହ ଗୃହରେ ଚବିଶ ଘଣ୍ଟା ଶବଦାହ ହେଉଛି। ଯେଉଁଥିପାଇଁ ଶବଦାହ ଗୃହରେ ବ୍ଲୋୟର ଫ୍ୟାନ୍‌ ତରଳି ଯାଇଛି। ଫ୍ୟାନ୍‌ ତରିଳିଯିବା ଯୋଗୁ ବୁଧବାରଠୁ ସେଠାରେ ଶବଦାହ ହୋଇପାରୁନାହିଁ।

ଶବଦାହ ଗୃହରେ ଲାଗିଥିବା ଫର୍ନେସ୍‌ର ବ୍ଲୋୟରର ଫ୍ୟାନ୍‌ ମେଲ୍ଟ ହୋଇଯିବା ପରେ ମେସିନ୍‌ ସଜାଡ଼ିବା କାର୍ଯ୍ୟ ଚାଲିଛି। ଗୁରୁବାର ରାତି ସୁଦ୍ଧା ପୁଣି ଥରେ ମେସିନ୍‌ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କୁହାଯାଉଛି। ମେସିନ୍‌ ଖରାପ ହୋଇଥିବାରୁ ହରିଶ୍ଚନ୍ଦ୍ର ଘାଟରେ ଶବଦାହ ହେଉଥିବା ଜଣାପଡ଼ିଛି। ବାରଣାସୀର ପୂର୍ବାଞ୍ଚଳରେ କୋଣ ଅନୁକୋଣରୁ ଲୋକେ ଶବ ନେଇ ପହଞ୍ଚୁଛନ୍ତି। ମହାଶ୍ମଶାନ ମଣିକର୍ଣ୍ଣିକା ଘାଟ ଏବଂ ହରିଶ୍ଚନ୍ଦ୍ର ଘାଟରେ ଶବଦାହ ହେଉଛି।

କରୋନାରେ ବଢ଼ୁଥିବା ମୃତ୍ୟୁ ସଂଖ୍ୟାକୁ ଦେଖି ହରିଶ୍ଚନ୍ଦ୍ର ଘାଟ ଏବଂ ପ୍ରାକୃତିକ ଗ୍ୟାସ୍‌ ଶବଦାହ ଗୃହରେ ଶବଦାହ ହେଉଛି। କିନ୍ତୁ ୨୪ ଘଣ୍ଟା ଶବଦାହ ହେବା ଯୋଗୁ ମେସିନ୍‌ ଖରାପ ହୋଇଥିବା ଜଣାପଡ଼ିଛି। ବୁଧବାର ପ୍ରାକୃତିକ ଗ୍ୟାସ୍‌ ଶବଦାହ ଗୃହର ଫର୍ନେସ୍‌ ବନ୍ଦ ହେବା ପରେ ଆଉ ଏକ ଫର୍ନେସ୍‌ ଲାଗିଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ତାହା ମଧ୍ୟ ବନ୍ଦ ହୋଇଯାଇଥିଲା।

ଏନେଇ ମେକାନିକ୍‌ଙ୍କୁ ଡକାଯାଇଥିଲା। ପରେ ଜଣାପଡ଼ିଲା ଲଗାତାର ମେସିନ୍‌ ଚାଲିବା ଯୋଗୁଁ ବ୍ଲୋୟର ଫ୍ୟାନ ତରଳି ବଙ୍କା ହୋଇଯାଇଛି। ଗୁରୁବାର ସକାଳେ ଦୁଇଟି ଫ୍ୟାନ୍‌କୁ ସଜାଡ଼ିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟତଃ ଏବେ ସୁଦ୍ଧା ଏହି କାର୍ଯ୍ୟ ଶେଷ ହୋଇ ପୁଣି ଥରେ ଶବଦାହ ଆରମ୍ଭ ହୋଇଥିବ। ପ୍ରାକୃତିକ ଗ୍ୟାସ୍‌ ଶବଦାହ ଗୃହରେ ୨୪ ଘଣ୍ଟାରେ ୨୧-୨୨ ଶବଦାହ ହୋଇପାରୁଛି।  

   Related Posts