Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପ୍ରଧାନମନ୍ତ୍ରୀ ମୋଦି ଯେଉଁଠାରେ ଦେଢ ମାସ ଯାଏଁ ସାଧନା କରିଥିଲେ, କେଦାରନାଥ ଧାମ ସହ ସଂଯୋଜିତ ହେବ ସେହି ସ୍ଥାନ

7/10/2020 at 3:58 PM

ନୂଆଦିଲ୍ଲୀ ୦୭/୧୦ : କେଦାରନାଥ ଧାମରେ ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଛି। ଯଦି କେଦାରନାଥ ଧାମରେ ସବୁକିଛି ଯୋଜନାବଦ୍ଧ ତରିକାରେ ହୁଏ ତାହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତପସ୍ୟାସ୍ଥଳୀ ଗରୁଡ଼ଚଟ୍ଟି ୨୦୨୧ ମାର୍ଚ୍ଚ ସୁଦ୍ଧା କେଦାରନାଥ ଧାମ ସହ ଯୋଡି ହୋଇଯିବ। ପୁନଃନିର୍ମାଣ କାର୍ଯ୍ୟ ଅନୁସାରେ କେଦାରନାଥ ଧାମରେ ମନ୍ଦାକିନୀ ନଦୀର ୬୦ ମିଟର ସ୍ପାନ ପୋଲର ଦୁଇଟି ଏମ୍ବେଡମେଣ୍ଟ ନିର୍ମାଣ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରି ୨୦୨୧ ମାର୍ଚ୍ଚ ସୁଦ୍ଧା ପୋଲରେ ଯାତାୟାତ ଆରମ୍ଭ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ୮୦ ଦଶକରେ ଦେଢ଼ ମାସ ପର୍ଯ୍ୟନ୍ତ ସାଧନା କରିଥିଲେ।

୪କୋଟି ଖର୍ଚ୍ଚରେ ନିର୍ମାଣ ହେଉଥିବା ପୋଲର ଏକ ଏମ୍ବେଡମେଣ୍ଟ ପ୍ରସ୍ତୁତ ହୋଇସାରିଛି। ଅନ୍ୟଟିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଡିସେମ୍ବର ସୁଦ୍ଧା ପୋଲର ଏମ୍ବେଡମେଣ୍ଟ ଓ ସାଇଡ ୱାଲ ନିର୍ମାଣ କାର୍ଯ୍ୟ ପୁରା କରିବାର ଲକ୍ଷ୍ୟ ରଖାଯାଇଛି। ମାର୍ଗକୁ କେଦାରନାଥ ସହ ସଂଯୋଜିତ କରିବାକୁ ୨୦୧୮ ଜୁନରେ ୬୦ ମିଟର ସ୍ପାନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଯଦି ପାଣିପାଗ ଠିକ ରହେ ତାହେଲେ ୨୦୨୧ ଫେବୃଆରୀ ସୁଦ୍ଧା ପୋଲ ପ୍ରସ୍ତୁତ ହୋଇଯିବ।

ଆଗାମୀ ମାର୍ଚ୍ଚ ମାସରୁ ପୋଲରେ ଯାତାୟାତ ଆରମ୍ଭ ହୋଇଯିବ। ଆଗାମୀ କେଦାରନାଥ ଯାତ୍ରାରେ ଗରୁଡ଼ଚଟ୍ଟି ଯାଏଁ ଶ୍ରଦ୍ଧାଳୁଙ୍କ ଯାତ୍ରା ମଧ୍ୟ ସହଜ ହୋଇଯିବ। ୨୦୧୩ ଜୁନ ୧୬-୧୭ ତାରିଖରେ କେଦାରନାଥରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କେଦାରନାଥରେ ଅନେକ କ୍ଷୟକ୍ଷତି ହୋଇଥିଲା। ମନ୍ଦାକିନୀ ନଦୀ ପ୍ରବାହରେ ଗରୁଡ଼ଚଟ୍ଟିକୁ କେଦାରପୁରୀ ସହ ସଂଯୋଜିତ କରୁଥିବା ପୋଲ ମଧ୍ୟ ଧୋଇ ହୋଇଯାଇଥିଲା।

ରାମବାଡା ଓ ଚଲାପଥ ଧ୍ବଂସ ହୋଇଯିବାରୁ ଗରୁଡ଼ଚଟ୍ଟିର ଦୁଇ ତରଫର ସମ୍ପର୍କ ଭାଙ୍ଗି ଯାଇଥିଲା। ସେବେଠାରୁ ଏହି ଅଞ୍ଚଳ ଶୂନଶାନ ହୋଇପଡିଛି। ବହୁ-ବୈଜ୍ଞାନିକଙ୍କ ସର୍ବେକ୍ଷଣ ପରେ ୨୦୧୭ ଅକ୍ଟୋବର ମାସରେ ମନ୍ଦାକିନୀ ନଦୀର ଅନ୍ୟ ପାର୍ଶ୍ୱରୁ ଗରୁଡ଼ଚଟ୍ଟି ଯାଏଁ ପାଖାପାଖି ସାଢେ ୩କିମି ଲମ୍ବା ନୂଆ ଚଲାପଥ ତିଆରି କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କର ଗରୁଡ଼ଚଟ୍ଟି ସହ ଖାସ ସମ୍ପର୍କ ଅଛି । ତାଙ୍କର ଏହି ସମ୍ପର୍କ ବର୍ତ୍ତମାନର ନୁହେଁ ବରଂ ବହୁ ବର୍ଷ ପୁରୁଣା। ୮୦ ଦଶକରେ ଏଠାରେ ଦେଢ଼ ମାସ ଯାଏଁ ସାଧନା କରିଥିଲେ। ଗତ ୩ ବର୍ଷରେ ସେ ୪ଥର କେଦାରନାଥ ଯାତ୍ରା କରିଛନ୍ତି ଏବଂ ଗରୁଡ଼ଚଟ୍ଟି ସମ୍ପର୍କରେ ପ୍ରମୁଖ ଭାବେ ଉଲ୍ଲେଖ କରିଥିଲେ।

   Related Posts