ଆଜି ଅନୁଷ୍ଠିତ ହେବ ଗରୁଡ ଶୟନ ନୀତି, ୪ ମାସ ଧରି ଶୟନ ମୁଦ୍ରାରେ ରହିବେ ଗରୁଡ ଭଗବାନ

Published By : Prameya-News7 Bureau | July 31, 2020 IST

ପୁରୀ ୩୧।୭: ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ ନୀତି ଶେଷ ହେବା ପରେ ଆଜି ଗରୁଡ ଶୟନ ନୀତି ଅନୁଷ୍ଠିତ ହେବ । ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପରେ ମହାପ୍ରଭୁଙ୍କ ସମ୍ମୁଖରେ ପୂଜା ପାଉଥିବା ଗରୁଡ଼ ଭଗବାନଙ୍କର ଶୟନ ନୀତି ଅନୁଷ୍ଠିତ ହେବ । ଆସନ୍ତା ୪ ମାସ ଧରି ମହାପ୍ରଭୁଙ୍କ ପରି ଗରୁଡ଼ ଭଗବାନ ମଧ୍ୟ ଶୟନ ମୁଦ୍ରାରେ ରହିବେ । ମହାପ୍ରଭୁ କାର୍ତ୍ତିକ ଏକାଦଶୀରେ ଉଠିବା ପରେ ଗରୁଡ଼ ମଧ୍ୟ ଶୟନ ନୀତିରୁ ଉଠିବେ ।

{"id":308187,"sizeSlug":"large"}

ଆଜି ସଂଧ୍ୟା ଧୂପ ପରେ ଗରୁଡ଼ଙ୍କ ସ୍ନାନ ନୀତି କରାଯାଇ ଆଭୂଷଣରେ ବେଶ କରାଯିବ । ପରେ ପଞ୍ଚ ଉପଚାରରେ ଭୋଗ କରାଯାଇ ଗରୁଡ଼ ମହାପ୍ରଭୁଙ୍କୁ ଆବାହନ କରାଯିବ । ଏହାପରେ ମହାପ୍ରଭୁ ଶୟନ କରିଥିବା ଭଣ୍ଡାର ଘର ଖଟ ତଳେ ପ୍ରଭୁ ଗରୁଡ଼ ବିଶ୍ରାମ ନେବେ । ଏ ସମସ୍ତ ନୀତି ମହାପ୍ରଭୁଙ୍କ ଚୁନରା ସେବାୟତଙ୍କ ଦ୍ବାରା ସମାହିତ ହେବ ।

{"id":308188,"sizeSlug":"large"}

ଅନ୍ୟପଟେ ମହାପ୍ରଭୁଙ୍କ ତିନିରଥକୁ ସଂଗ୍ରାହାଳୟରେ ରଖିବା ପାଇଁ ରଥଫିଟା କାର୍ଯ୍ୟ ମଧ୍ୟ ଜାରି ରହିଛି । ପ୍ରାୟ ୨୦ ଜଣ ଭୋଇ, ଓଝା ମହାରଣା ସେବାୟତ ବିଶ୍ବକର୍ମାଙ୍କ ପରାମର୍ଶରେ ଗତ ୩ ଦିନ ଧରି ରଥ ଫିଟାଇବା କାର୍ଯ୍ୟ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.