Monday, September 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସହିଦ ନିରାଲାଙ୍କ ଭଉଣୀଙ୍କ ବାହାଘର କଲେ ୧୦୦ ଜଣ ଗରୁଡ କମାଣ୍ଡୋ : ରୀତି ଅନୁଯାୟୀ ହାତ ପାପୁଲିରେ କଲେ ବିଦା

ଭାରତୀୟ ବାୟୁସେନାର ବୀରପୁତ୍ର ଜ୍ୟୋତି ପ୍ରକାଶ ନିରାଲାଙ୍କୁ ଆପଣମାନେ ମାନେ ରଖିଥିବେ ନିଶ୍ଚୟ । କାଶ୍ମୀର ବନ୍ଦିପୁରାରେ ଦେଶର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କ ଠାରୁ ଲୁହା ନେବାବେଳେ ନିଜ ପ୍ରାଣ ହାଇଅଥିଲେ । ନିଜ ଜୀବନ ହାରିବା ପୂର୍ବରୁ ଏହି ବୀର ପୁତ୍ର ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଦିନେ ପୂର୍ବରୁ ସେହି ବୀରପୁତ୍ର କମାଣ୍ଡୋର ନିରାଲାଙ୍କ ଭଉଣୀ ଶଶିକଳାଙ୍କ ବାହାଘର ଥିଲା । ତାଙ୍କ ବାହାଘରରେ ତାଙ୍କ ନିଜ ଭାଇ ନିରାଲା ନଥିଲେ । କିନ୍ତୁ ନିରାଲାଙ୍କ ବଦଳରେ ଶଶିକଳାଙ୍କ ପାଖରେ ଥିଲେ ୧୦୦ ଭାଇ । ଏହି ୧୦୦ ଭାଇ ମିଶି ଭଉଣୀକୁ ଧୁମଧାମରେ ବିଦା କରିଥିଲେ । ଗରୁଡ଼ କମାଣ୍ଡୋ ଟିମର ଏହି ବୀରମାନେ ଶଶିକଳାଙ୍କୁ ତାଙ୍କ ବାହାଘରରେ ଭାଇର କମି ଜାହିର ହେବାକୁ ଦେଲେନାହିଁ ।

ଭଉଣୀ ବାହାଘରରେ ଏହି ୧୦୦ ଭାଇଙ୍କୁ ଦେଖି ଗାଁଲୋକ, ସମ୍ପର୍କୀୟ, ବରଯାତ୍ରୀ ସମସ୍ତେ ଭାବବିହ୍ଵଳ ହୋଇଉଠିଲେ । ଶଶିକଳାଙ୍କ ପିତା ୧୦୦ ଜଣ ଯବାନଙ୍କୁ ଝିଅ ବାହାଘରରେ ଦେଖି ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ । ନିରାଲାଙ୍କ ସହିଦ ହେବ ଘଟଣାକୁ ମନେପକାଇ କାନ୍ଦିଥିଲେ ଗାଁଲୋକେ । ଗାଁର ପରମ୍ପରା ଅନୁଯାୟୀ ଏହି ଗରୁଡ କମାଣ୍ଡୋର ୧୦୦ ଯବାନ ଭଉଣୀ ସାମ୍ନାରେ ନିଜ ପାପୁଲି ରଖି ଭଉଣୀକୁ ବିଦା କରିଥିଲେ । ସ୍ନେହ ଓ କରୁଣା ଏହି ମୁହୂର୍ତ୍ତ ପାଇଁ ନିରାଲାଙ୍କ ପିତା ସମସ୍ତ ଯବାନଙ୍କୁ ଧନ୍ୟବାଦ ଜଣାଇଥିଲେ । 

ସହିଦ ନିରାଲାଙ୍କ ଭଉଣୀ ଶଶିକଳାଙ୍କ ବାହାଘର ବିହାର ପାଲି ରୋଡ଼ ସ୍ଥିତ ଡେହରୀରେ ରହୁଥିବା ସୁଜିତ କୁମାରଙ୍କ ସହ ଧୁମଧାମରେ ହୋଇଛି । ଗରୁଡ କମାଣ୍ଡୋ କେବଳ ଭଉଣୀ ବାହାଘରର ସବୁ କାର୍ଯ୍ୟ ସମ୍ପାଦନା କରିନାହାନ୍ତି । ବରଂ ଭଉଣୀ ବାହାଘର ପାଇଁ ୫ ଲକ୍ଷ ଟଙ୍କା ମଧ୍ୟ ଦେଇଛନ୍ତି । ଯେପରିକି ଭଉଣୀ ବାହାଘରରେ କୌଣସି ଅସୁବିଧା ନହେଉ ।  କାରଣ ନିରାଲା ଜଣେ ହିଁ ତାଙ୍କ ପରିବାରରେ ରୋଜଗାରକ୍ଷମା ଥିଲେ ।

ସୂଚନାଯୋଗ୍ୟ ଯେ, ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ହେଉଥିଲା ଅଭିଯାନରେ ନିରାଲା ସ୍ପେଶାଲ ଡ୍ୟୁଟିରେ କାଶ୍ମୀର ହାଜିନରେ ନିୟୋଜିତ ଥିଲେ । ୨୦୧୭ ମସିହାରେ କାଶ୍ମୀର ବନ୍ଦିପୁରାରେ ଅପରେସନ ବେଳେ ଆତଙ୍କବାଦୀଙ୍କୁ ମୁକାବିଲା କରି ନିରାଲା ନିଜ ପ୍ରାଣ ହରାଇଥିଲେ । ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ନିରାଲା ଦୁଇ ଜଣ ଆତଙ୍କବାଦୀଙ୍କୁ ମାରିଥିଲେ । ଗରୁଡ କମାଣ୍ଡୋ ନିରାଲାଙ୍କୁ ଦେଶ ସାଲ୍ୟୁଟ କରିଛି । ଭାରତ ସରକାର ନିରାଲାଙ୍କୁ ଶାନ୍ତିକଳାର ସବୁଠାରୁ ବିରାଟ ସମ୍ମାନ ଅଶୋକ ଚକ୍ର (ମରଣୋପରନ୍ତ) ସମ୍ମାନରେ ସମ୍ମାନିତ କରିଛନ୍ତି ।

ସରକାରଙ୍କ ତରଫରୁ ନିରାଲାଙ୍କ ପତ୍ନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ସହିଦଙ୍କ ସମ୍ମାନ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଭାବବିହ୍ଵଳ ହୋଇଯାଇଥିଲେ ।

296 Views

   ସମ୍ବନ୍ଧିତ ଖବର