ଜାଣନ୍ତୁ ରସୁଣର ଉପକାରିତା : ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ମଶାଙ୍କଠୁ ମିଳିଥାଏ ମୁକ୍ତି

Published By : Prameya-News7 Bureau | April 04, 2020 IST

ରସୁଣ କେବଳ ଆପଣଙ୍କ ଖାଦ୍ୟର ସ୍ବାଦ ବଢ଼ାଇ ନଥାଏ ବରଂ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ରସୁଣରେ କ୍ୟାଲସିୟମ୍,ଫସଫରସ୍,ଆଇରନ୍ ଏବଂ ଭିଟାମିନ୍ ସି ରହିଥାଏ। ଏହା ବ୍ୟତୀତ କିଛି ପରିମାଣରେ ଭିଟାମିନ୍ ବି କମ୍ପେକ୍ସ ମଧ୍ୟ ଏଥିରେ ଥାଏ। ଏହା ଏକ ଉତ୍ତମ ଆଣ୍ଟିବାୟୋଟିକ୍ ଭଳି କାମ ଦେଇଥାଏ। ଆୟୁର୍ବେଦରେ ରସୁଣକୁ ଔଷଧ ବୋଲି କୁହାଯାଇଥାଏ। ରସୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ଡାଇଟରେ ସାମିଲ କରିବା ଜରୁରୀ। ଆପଣ ଏହାକୁ ନିଜ ରୋଷେଇ ଘରେ ବ୍ୟବହାର କରୁଥିବେ,କିନ୍ତୁ ଆପଣ ଜାଣିଛନ୍ତି କି,ରୋଷେଇ ବ୍ୟତୀତ ଆପଣ ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରି ପାରିବେ। ଆସନ୍ତୁ ଜାଣିବା

{"id":248886,"sizeSlug":"large"}

ମଶା ଦୂର କରିଥାଏ : ଯଦି ଆପଣ ମଶା ପାଇଁ ଚିନ୍ତିତ ତେବେ ରସୁଣର ସାହାଯ୍ୟ ନେଇ ପାରିବେ। ଏଥିପାଇଁ ଆପଣଙ୍କୁ ରସୁଣ ପେଶି ଏକ ତାଟିଆରେ ନିଜ ରୁମରେ ରଖିବାକୁ ପଡ଼ିବ। ଏହାର ମହକରେ ମଶା ଆସିବେ ନାହିଁ।

{"id":248887,"sizeSlug":"large"}

ଚଟାଣ ସଫା କରିଥାଏ : ଆପଣ ନିଜ ଘର ସଫା କରିବା ପାଇଁ ମାର୍କେଟରୁ ବିଭିନ୍ନ ପ୍ରକାରର ମହଙ୍ଗା ସରଫେସ୍ କ୍ଲିନର ଆଣୁଥିବେ କିନ୍ତୁ ଆପଣ ରସୁଣ ସାହାଯ୍ୟରେ ନିଜ ଘର ପରିଷ୍କାର ପରିଚ୍ଛନ୍ନ କରି ପାରିବେ। ଏଥିପାଇଁ ଆପଣ ପ୍ରଥମେ ରସୁଣର ୩-୪କୋଲା କାଟି ଏକ ସ୍ପେ ବୋତଲରେ ପକାନ୍ତୁ। ଏବେ ଏହି ବୋତଲରେ ଭିନେଗାର ଏବଂ ଲେମନ ଅୟେଲ୍ ପକାନ୍ତୁ। ଏଥର ଆପର ଏହାକୁ ସ୍ପେ କରି ଘର ସଫା କରି ପାରିବେ।

{"id":248888,"sizeSlug":"large"}

ଭଙ୍ଗା କାଚକୁ ଯୋଡ଼ିଥାଏ: ରସୁଣ ରସ ଅଠାର କାମ କରିଥାଏ। ଆପଣ ଏହା ସାହାଯ୍ୟରେ କାଚ ବାସନର ହେୟାର ଲାଇନ୍ କ୍ରାକ୍ସକୁ ଯୋଡ଼ି ପାରିବେ। ଏଥିପାଇଁ ଆପଣଙ୍କୁ ଏକ ରସୁଣକୁ ଭଲଭାବେ ପେଶିବାକୁ ପଡ଼ିବ ଏବଂ ତା’ପରେ ଏହାକୁ କ୍ରାକ୍ସରେ ଲଗାଇ ରବ କରିବାକୁ ପଡ଼ିବ। କାଚ ସାମାନ୍ୟ ଭାଙ୍ଗିଥିଲେ ଏହା କାମ ଦେଇଥାଏ।

{"id":248889,"width":588,"height":392,"sizeSlug":"large"}

ପୋକଙ୍କଠୁ ମିଳିଥାଏ ମୁକ୍ତି : ଆପଣ ରସୁଣ ସାହାଯ୍ୟରେ ଆପଣଙ୍କ ବଗିଚାରେ ପୋକ-ଯୋକଠୁ ମୁକ୍ତି ପାଇ ପାରିବେ। ଏଥିପାଇଁ ଆପଣଙ୍କୁ ରସୁଣ ସାହାଯ୍ୟରେ କୀଟନାଶକ ସ୍ପେ କରିବାକୁ ପଡ଼ିବ। ଏହି ସ୍ପେକୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ରସୁଣ ଛେଲି ଭଲଭାବେ କ୍ରଶ୍ କରନ୍ତୁ। ଏବେ ଏକ ବଡ଼ ତାଟିଆରେ କିଛି ନିମ୍ବ ପତ୍ର ଦିଅନ୍ତୁ ଏବଂ ରସୁଣ କ୍ରଶକୁ ପକାନ୍ତୁ। ଏବେ ଏଥିରେ ପାଣି ମିଶାନ୍ତୁ ଏବଂ ଏହାକୁ ଛାଣି ସ୍ପେ ବୋତଲରେ ରଖି ବ୍ୟବହାର କରନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.