ଟମାଟୋ ଓ ପିଆଜକୁ ନେଇ ହଇଚଇ ହେଲେ ରସୁଣ ପ୍ରତି କାହାର ନଜର ନାହିଁ, ଜାଣନ୍ତୁ ଦିଲ୍ଲୀରେ ଦର କେତେ

Published By : Prameya-News7 Bureau | October 13, 2019 IST

ନୂଆଦିଲ୍ଲୀ:  ଦେଶରେ ପନିପରିବାର ଦରବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ଲଗାଣ ବର୍ଷା ଯୋଗୁ ଯୋଗାଣ ପ୍ରଭାବିତ ହୋଇଥିଲା। ଏଣୁ ରାଜଧାନୀ ଦିଲ୍ଲୀ ସମେତ ଅନେକ ସ୍ଥାନରେ ପନିପରିବା ମୂଲ୍ୟ ବୃଦ୍ଧି ପରିସ୍ଥିତି ଉପୁଜିଥିଲା। କିଛି ଦିନ ପୂର୍ବରୁ ପିଆଜ ଦର ଆକାଶ ଛୁଇଁ ଥିବା ବେଳେ ନିକଟରେ ଟମାଟୋ ପ୍ରତି କେଜି ୬୦ରୁ ୮୦ ଟଙ୍କାକୁ ପହଞ୍ଚିବା ଗଣମାଧ୍ୟମରେ ହଟଚମଟ ସୃଷ୍ଟି କରିଥିଲା। ହେଲେ ମସଲା ଭାବେ ପିଆଜ ସହ ଆବଶ୍ୟକ ହେଉଥିବା ଅନ୍ୟ ଏକ ପରିବା ରସୁଣ କଥା ସମସ୍ତେ ଭୁଲିଯାଇଛନ୍ତି। ରାଜଧାନୀ ଦିଲ୍ଲୀରେ ରସୁଣ ଦର ଜାଣିଲେ ଆପଣଙ୍କ ଆଖି ବି ଟେକି ହୋଇଯିବ।

{"id":169765,"align":"center","width":358,"height":256}

ଦିଲ୍ଲୀ ପରିବା ବଜାରରେ ଏବେ ପ୍ରତି କେଜି ରସୁଣ ୩ଶହ ଟଙ୍କା ଦରରେ ବିକ୍ରି ହେଉଛି। ଯାହା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଢେର ଅଧିକ। କିଛି ଦିନ ପୂର୍ବରୁ ଏଠାରେ ରସୁଣ ୧୫୦ରୁ ୨ଶହ ଟଙ୍କାରେ ମିଳୁଥିଲା। ହେଲେ ବଜାରର ନଜର ପିଆଜ ଓ ଟମାଟୋ ଉପରେ ଥିବା ଯୋଗୁ ରସୁଣର ଚର୍ଚ୍ଚା ହେଉ ନଥିଲା। ହେଲେ ଇତିମଧ୍ୟରେ ରାଜଧାନୀରେ ରସୁଣ କେଜି ପିଛା ମୂଲ୍ୟ ୩ଶହ ଟଙ୍କାରେ ପହଞ୍ଚି ସାରିଥିବା ବେଳେ ଲୋକେ ତରକାରି କଥା ଭୁଲିଗଲେଣି।

{"id":169766}

ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଦେଶରେ ରସୁଣ ଉତ୍ପାଦନ ୭୬ ପ୍ରତିଶତ ଅଧିକ ଥିଲା। ଏହା ସତ୍ତ୍ୱେ ଦରବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି। ଏ ସମ୍ପର୍କରେ ଅନୁଧ୍ୟାନ ବେଳେ ବର୍ଷା ଯୋଗୁ ରସୁଣ ଷ୍ଟକ୍ ରେ ପାଣି ପଶି ନଷ୍ଟ ହୋଇଯାଇଥିବା ପାଇକାରୀ ବ୍ୟବସାୟୀମାନେ କହିଛନ୍ତି। ସେପଟେ ଯୋଗାଣ ପହଞ୍ଚୁନଥିବାରୁ ଖାଉଟି ଏଭଳି ଦରବୃଦ୍ଧିର ସମ୍ମୁଖୀନ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.