Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଡାକ୍ତରଙ୍କ ମତ ରସୁଣ ଖାଇଲେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି,ଚାନ୍ଦିନୀଚୌକରୁ ଚାଇନା ଏବେ ସବୁଠି ଗୋଟିଏ ଚର୍ଚ୍ଚା କରୋନା

2/02/2020 at 5:15 PM

କଟକ/ଭୁବନେଶ୍ୱର ୦୨।୦୧ – ଚାନ୍ଦିନୀଚୌକରୁ ଚାଇନା ଏବେ ସବୁଠି ଗୋଟିଏ ଚର୍ଚ୍ଚା କରୋନା। ଯେତିକି ଭୟ ସେତିକି ପରାମର୍ଶ ସେତିକି ଗୁଜବ ଚାଲିଛି ଏହି କରୋନାକୁ ନେଇ। ତେବେ ଏହା ଭିତରେ ଗୋଟିଏ ପରାମର୍ଶ ଆମେ ଆପଣଙ୍କ ଦେବାକୁ ଚାହିଁବୁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ।

ଆଜିକାଲି ହ୍ବାଟସ ଆପ ଟ୍ବିଟର ଫେସବୁକ ଖୋଲିଲେ ଗୋଟିଏ ଚର୍ଚ୍ଚା କରୋନା କରୋନା। ନାନା ମୁନି ନାନା ମତ। ଏମିତି ଗୋଟିଏ ମତକୁ ନେଇ ହୁଲସ୍ତୁଲ ହେଉଛି ନେଟ ଦୁନିଆ । ହୋମିଓପାଥିର ଆର୍ସେନିକ ଆଲ୍‌ବ ଥାର୍ଟି ତିନି ଦିନ ଖାଇଲେ କୁଆଡ଼େ କରୋନା ହେବନି।

 ଭାଇରାଲ ଭିଜୁଆଲ ….କେବଳ ଡାକ୍ତରମୁନି ଏ ମତ ଦେଉନାହାନ୍ତି ଆୟୁଷ ମନ୍ତ୍ରଣାଳୟ ଏନେଇ ମଧ୍ୟ ଏକଥା ପ୍ରଚାର କରୁଛି । ତେବେ ଏହି ଭାଇରାଲ କଥାକୁ ମଧ୍ୟ ଅନେକ ଖଣ୍ଡନ କରିଛନ୍ତି କାରଣ ବର୍ତ୍ତମାନସୁଦ୍ଧା କୌଣସି ମେଡ଼ିକାଲ ସାଇନ୍‌ସ ଏହାକୁ ପ୍ରମାଣିତ କରିପାରିନାହିଁ ଯେ ଆର୍ସେନିକ୍‌ ଆଲ୍‌ବ ଥାର୍ଟି ଏହାର ପ୍ରତିକାର କରିପାରିବ।

ଚୀନର ଏକ ଶିଶୁକୁ କେମିତି ଜୀଅନ୍ତା ପୋକଗୁଡ଼ାକ ଖୁଆଇ ଦେଉଛନ୍ତି କେହି ଜଣେ ତାର ଅତି ଆପଣାର ଲୋକ। ଏହା ସହିତ ଲେଖା ଯାଇଛି ଚୀନ ଲୋକଙ୍କର ଅଜବ ଖାଦ୍ୟ ଶୈଳୀ ସକାଶେ ସେମାନେ କରୋନା ସାର୍ସ ଭଳି ମହାମାରୀ ରୋଗରେ ଆକ୍ରାନ୍ତି ହେଉଛନ୍ତି।

 କାରଣ କରୋନା ସାର୍ସ ତ ଏହି ୧୦ ବର୍ଷର ରୋଗ କିନ୍ତୁ ହଜାର ହଜାର ବର୍ଷ ଧରି ଚୀନୀମାନେ ସେମାନଙ୍କ ଜୀବନଶୈଳୀକୁ ଆପଣାଇଛନ୍ତି। ….. ଏବେ ଜଣେ ମୁନିଙ୍କ ମତ ଶୁଣନ୍ତୁ। ଦକ୍ଷିଣ ଭାରତରେ ଏହାର ବହଳୁ ପ୍ରଚାର ହେଉଛି। ତାମିଲନାଡୁର କାରାଇକୁନମର ଏକ ହୋଟେଲରେ କରୋନୀ ପ୍ରିଭେନ୍‌ସନ ଚକୁଳି ମିଳୁଛି।

ପିଆଜ ଚକୁଳି ଖାଇଲେ କୁଆଡ଼େ କରୋନା ହେବନି। ଏହା କେତେ ସତ କେତେ ମିଛ ଜଣାପଡ଼ିନି କିନ୍ତୁ ଦୋକାନରେ ଏବେ ପ୍ରବଳ ଭିଡ ଆଉ ଦୋକାନୀଙ୍କୁ ଏବେ ପିଆଜ କାଟିବାରୁ ତର ମିଳୁନି। ଆଉ ଏଣେ ଓଡ଼ିଶାରେ ଏସସିବିରେ ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜଣେରୁ ଦୁଇଜଣ ହେଲେଣି। କିନ୍ତୁ ରୋଗୀଙ୍କ ପାଇଁ ଏଠାରେ ବ୍ୟବସ୍ଥା କରାଯାଇଛି।

କିନ୍ତୁ ଏସସିବି ଡାକ୍ତରଙ୍କର ମତରେ ରାତିରେ ଦିଖୋଲା ରସୁଣ ଖାଇଲେ ଫ୍ଲୁ ହେବନି। କରୋନା ଯେହେତୁ ଏକ ଫ୍ଲୁ ରୋଗ ତେଣୁ ରସୁଣ ଖାଇଲେ କରୋନାକୁ ବି ନା କହିହେବ। ଏ ତ ଆମ ନଜରକୁ ଏତିକି ଆସିଛି।

ବାକି ଆପଣ ହ୍ବାଟସ ଆପ ଫେସବୁକ ଏବଂ ଟ୍ବିଟର ଭଳି ଥେସାରସରେ ବହୁ ମୁନିଙ୍କ ବହୁମତ ପାଇପାରିବେ। ସେଥିରୁ ଅବଶ୍ୟ ଗୋଟିଏ ଜରୁରୀ ଜାଣି ରଖନ୍ତୁ ଯଦି ଚୀନ ଯାଇନାହାନ୍ତି ତେବେ କରୋନା ହେବନି। ତେବେ ଏକଥାର ବି ଗ୍ୟାରେଣ୍ଟି ଏବେ ଦେଇ ହେବନି ।

   Related Posts