ମହୁରେ ରସୁଣକୁ ଭିଜାଇ ଖାଇଲେ ବଢିଥାଏ ରୋଗ ପ୍ରତିରୋଧକ କ୍ଷମତା: ଛୁଇଁ ପାରିବନି କୌଣସି ରୋଗ

Published By : Prameya-News7 Bureau | April 18, 2020 IST

ଭୁବନେଶ୍ୱର ୧୮/୦୪ : କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ରୋଗ ପ୍ରତିରୋଧକ କ୍ଷମତା ମଜବୁତ କରିବା ପାଇଁ ପରାମର୍ଶ ଦିଆଯାଉଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସରକାର ମଧ୍ୟ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି | ପ୍ରତିରୋଧକ କ୍ଷମତା କେବଳ କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ନୁହେଁ ବରଂ ସବୁ ପ୍ରକାର ରୋଗରୁ ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ ମହତ୍ୱପୂର୍ଣ୍ଣ | ଡାକ୍ତରଙ୍କ କହିବାନୁଯାୟୀ, ପ୍ରତିରୋଧକ କ୍ଷମତା ଦୁର୍ବଳ ଥିଲେ ଶରୀରକୁ ଯେକୌଣସି ରୋଗ ଖୁବ ଶୀଘ୍ର କବଳିତ କରିଥାଏ | ସେଥିପାଇଁ ପ୍ରତିରୋଧକ କ୍ଷମତା ମଜବୁତ କରିବା ନିହାତି ଆବଶ୍ୟକ |

ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ ଅନେକ ଉପାୟ ରହିଛି | ଏଥିପାଇଁ ଘରୋଇ ଉପଚାର ସର୍ବୋତ୍କୃଷ୍ଟ | ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ ବଜାରରେ ଅନେକ ଔଷଧ ମଧ୍ୟ ଉପଲବ୍ଧ | କିନ୍ତୁ ଆପଣ ଘରେ ମହୁ ଓ ରସୁଣ ଖାଇ ପ୍ରତିରୋଧକ କ୍ଷମତା ବଢ଼ାଇ ପାରିବେ |

ରସୁଣର କିଛି ଖଣ୍ଡକୁ ଟିକିଟିକ କରି କାଟି ଦେବେ ଓ ତାକୁ ମହୁରେ ବୁଢ଼ୀ ରଖିବେ | ରସୁଣ ସହିତ ମହୁରେ ରୋଜମେରି ୩-୪ ଖଣ୍ଡ ପକାଇ ରଖିବେ | ଏହି ମିଶ୍ରଣକୁ ୫-୬ ଦିନ ପାଇଁ ଘୋଡେଇ ରଖିଦେବେ |

୫-୬ ଦିନ ପରେ ଏହି ମିଶ୍ରଣରୁ ପ୍ରତିଦିନ ୨-୩ ରସୁଣ ଖଣ୍ଡ ସେବନ କରନ୍ତୁ | ଏହି ମିଶ୍ରଣକୁ ତିଆରି କରିବା ପରେ ଏହାକୁ ଫ୍ରିଜରେ ରଖିବା ଭୁଲିବେ ନାହିଁ | ଫ୍ରିଜରେ ନ ରଖି ବାହାରେ ରଖିଲେ ଏହା ନଷ୍ଟ ହୋଇଯିବ |

ଅନେକ ଚିକିତ୍ସା ଅନୁସନ୍ଧାନକାରୀ ସଂସ୍ଥା ରସୁଣ ଓ ମହୁ ଉପରେ ଅନୁସନ୍ଧାନ କରିଛନ୍ତି | ଏହାର ସ୍ୱାସ୍ଥ୍ୟ ଉପକାର ସମ୍ବନ୍ଧରେ ଅନୁସନ୍ଧାନ କରିଛନ୍ତି | କିଛି ଅନୁସନ୍ଧାନ ଘରୋଇ ଉପଚାର ଉପରେ କରାଯାଇଥିବା ଦାବି ଉପରେ ଆଧାରିତ ଯାହାର ଉପଯୋଗ ବର୍ଷ ବର୍ଷ ଧରି କରାଯାଉଛି | ଇଥିଓପିଆର ପାରମ୍ପରିକ ଚିକିତ୍ସାରେ ସ୍ଥାନୀୟ ମହୁର ଏକ ପ୍ରକାର ଚିକିତ୍ସା ହୁଏ ଯାହା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା, ତ୍ୱଚା ସଂକ୍ରମଣ ଓ ଝାଡାର ଚିକିତ୍ସା ପାଇଁ ବହୁତ ଉପଯୋଗୀ |

ଜାଣନ୍ତୁ ରସୁଣ ଓ ମହୁର ଆଉ କିଛି ଉପକାର ସମ୍ବନ୍ଧରେ :

wp:list
  • ମେୟୋ କ୍ଲିନିକ ଅନୁସାରେ, ମହୁରେ ଆଣ୍ଟିଆକ୍ସିଡେଣ୍ଟ ରହିଛି ଯାହା ହୃଦୟ ସହ ଜଡିତ ସମସ୍ୟାରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିଥାଏ |
  • ରସୁଣ ହୃଦଘାତ ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ |
  • ଯେଉଁମାନଙ୍କୁ ଥଣ୍ଡା, କାଶ, ଗଳାରେ ଜ୍ବଳନ ଭଳି ସମସ୍ୟା ହୋଇଥାଏ ସେମାନଙ୍କୁ ରସୁଣ ଓ ମହୁ ଖାଇବାକୁ ପରାମର୍ଶ ଦିଆଯାଇଥାଏ | ଏମାନଙ୍କ ପାଇଁ ତୁଳସୀ ପତ୍ର ମଧ୍ୟ ବହୁତ ଲାଭଦାୟକ ହୋଇଥାଏ |
  • ରସୁଣ ଓ ମହୁ ନିୟମିତ ସେବନ କଲେ ଶରୀରରେ କ୍ୟାନସର ସେଲ ବୃଦ୍ଧି ପାଇନଥାଏ |
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.