ଟିକଟକ୍ ରୁ ମୌକା ମାରିଲେ ଗିମା ଆସି, ଆଉ ସମସ୍ତେ ରହିଗଲେ ମିମ୍

Published By : Prameya-News7 Bureau | June 27, 2019 IST

ଏବେ ଟିକ୍ ଟକ୍ ଭିଡିଓ ନିଶାରେ ସମସ୍ତେ ମସଗୁଲ। ୧୫ ସେକେଣ୍ଡର ଏହି ଭିଡିଓ ପାଇଁ ଯିଏ ଯେଉଁଠି ପାରିଲା ମିମ ହୋଇଯାଉଛି। ଯାହାକୁ ସୋସାଲ ମିଡିଆରେ ବେଶ୍ ପ୍ରସାର ମଧ୍ୟ ମିଳୁଛି। ତେବେ ଟିକ୍ ଟକ୍ ଭିଡିଓ ଭିଡରୁ ମ୍ୟୁଜିକ୍ ଆଲବମରେ ବ୍ରେକ ପାଇଛନ୍ତି ଜଣେ ଯୁବତୀ। ଗିମା ଆସି ନାମରେ ଇଂଷ୍ଟା ପ୍ରୋଫାଇଲରେ ଥିବା ଏହି ଯୁବତୀଙ୍କୁ  ଟି ସିରିଜ୍ ଦେଇଛି ସାଢେ ୩ ମିନିଟ ମ୍ୟୁଜିକରେ ନିଜର ପ୍ରତିଭା ପ୍ରଦର୍ଶନର ଭରପୁର ସୁଯୋଗ।

wp:html
/wp:html

ଟି-ସିରିଜରେ ସୁଯୋଗ ପାଇଥିବା ଏହି ଯୁବତୀ ହେଉଛନ୍ତି ଗରିମା ଚୌରାସିଆ। ତେବେ ସୋସାଲ ମିଡଆରେ ସେ ଗିମା ଆସି ନାମରେ ଖୁବ୍ ପ୍ରସିଦ୍ଧି ପାଇଛନ୍ତି। ଗରିମା ଟିକ୍ ଟକ୍ ଭିଡିଓରେ ତାଙ୍କ ବାନ୍ଧବୀ ରାଗେଶ୍ୱନୀଙ୍କ ସହ ନୃତ୍ୟ କରୁଥିବାର ପ୍ରାୟ ସୋସାଲ ମିଡିଆ ଭ୍ୟୁଅର ଦେଖିଥିବେ। ସୋସାଲ ମିଡିଆରେ ସେମାନଙ୍କର ପ୍ରାୟ ୧୦ ନିୟୁତ ପ୍ରଶଂସକ ଅଛନ୍ତିଷ  ତେବେ ଗରିମାଙ୍କ ଇଂଷ୍ଟା ପ୍ରୋଫାଇଲ ଗିମା ଆସିରେ ପ୍ରଶଂସକଙ୍କ ସଂଖ୍ୟା ପ୍ରାୟ ୧.୨ ମିଲିୟନ ।

wp:html
/wp:html

ଏହି ଲୋକପ୍ରୀୟତା ପାଇଁ ଟି-ସିରିଜ ଗରିମାଙ୍କୁ ତାର ‘ମାଶା ଆଲ୍ଲାହ’ ମ୍ୟୁଜିକ୍ ଭିଡିଓରେ ସୁଯୋଗ ଦେଇଛି। ନିକଟରେ ୟୁ-ଟ୍ୟୁବ୍ ରେ ଅପଲୋଡ ହୋଇଥିବା ଏହି ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରୀୟତା ମଧ୍ୟ ଅର୍ଜନ କରୁଛି। ଗରିମା ପଞ୍ଜାବୀ ଗାୟକ ରନନୀତ ସିଂହଙ୍କ ଗୀତରେ ବେଶ ପୋଖତ ଅଭିନୟ କରିଛନ୍ତି। ଏପର୍ଯ୍ୟନ୍ତ ଗରିମା ତାଙ୍କ ବାନ୍ଧବୀଙ୍କ ସହ ମିଶି ଅନୁକରଣରେ କରୁଥିଲେ ୧୫ ସେକେଣ୍ଡର ଭିଡିଓ। ହେଲେ ପ୍ରଥମ ଥର କମାଲ କରିଛନ୍ତି ମ୍ୟୁଜିକ୍ ଭିଡିଓରେ। ତେବେ ରାଗାସ୍ୱିନୀ ଏବେ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.