Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ମହାନତା, ଝୁମ୍ପୁଡି ବାସୀଙ୍କୁ ଦେଲେ ଘର ପାଇଁ ଜମି

11/02/2020 at 3:21 PM

ଜଗତସିଂହପୁର ୧୧।୦୨: ଜମି ଖଣ୍ଡେ ପାଇଁ ସଂଘର୍ଷ ଘଟି ପାଇଁ ଜୀବନହାନୀ ହେଉଥିବାର ଅନେକ ଘଟଣା ରହିଛି । ସମ୍ପତ୍ତି ଲୋଭରେ ପଡ଼ି ଭାଇ-ଭାଇ ଭିତରେ କେଉଁଠି ମାରପିଟ୍  କିର କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାନ୍ତି । କଳିଯୁଗରେ ଏପ୍ରକାର ସମ୍ପତ୍ତି  ନିଶା ଅନେକଙ୍କୁ ଗ୍ରାସି ଥିବାବେଳେ ଏହାର ବ୍ୟତିକ୍ରମ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରୀତିରଞ୍ଜନ ମହାରଣା । ଘର ତାଙ୍କର ସ୍ଥାନୀୟ ଖେରସ ଅଞ୍ଚଳରେ । ଏବେ କିନ୍ତୁ ସେ ନିଜ ପରିବାର ସହ କଟକ ଅରୁଣଦୋୟ ମାର୍କେଟରେ ରହୁଛନ୍ତି ।

ପେସାରେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଥିବା ଶ୍ରୀ ମହାରଣା ଏବେ ଗରିବ ଆଦିବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି । ପାଖାପାଖି ୩୦ ବର୍ଷ ତଳୁ ଅନ୍ୟ ଅଞ୍ଚଳରୁ ଆସି ଜଗତସିଂହପୁର ଜଳସେଚନ ବିଭାଗର ଦଶ ନମ୍ବର କେନାଲ୍‌ ବନ୍ଧ ପାଶ୍ୱର୍ରେ ଝୁମ୍ପୁଡ଼ି ତୋଳି ରହୁଥିବା ଅନେକ ଆଦିବାସୀ ପରିବାରଙ୍କୁ ସ୍ଥାୟୀ ଜମି ଦେବାକୁ ଶ୍ରୀ ମହାରଣା ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ବର୍ଷ ରହିବା ସତ୍ତ୍ବେ ଏହି ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଘର ଡିହ ଜମି ଖଣ୍ଡେ ମିଳିପାରି ନାହିଁ । ଫଳରେ ଏମାନେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ରହିଛନ୍ତି । ମାତ୍ର ସରକାରଙ୍କ ପରିବର୍ତ୍ତେ ଶ୍ରୀ ମହାରଣା ଏବେ ଏହି ଆଦିବାସୀଙ୍କ ମୁହଁରେ ହସ ଫୁଟାଇବାକୁ ସହଯୋଗର ହାତ ବଢାଇଛନ୍ତି । ଏମାନଙ୍କ ଦୁର୍ଦ୍ଦଶା ଭରା ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣି ସ୍ଥାୟୀ ଭାବେ ରହିବାକୁ ଜମି ଯୋଗାଇ ଦେଇଛନ୍ତି । ଏହା ଭିତରେ ଶ୍ରୀ ମହାରଣା ପାଖାପାଖି ୨୫ ପରିବାରଙ୍କ ନାମରେ ଦତ୍ତ ପତ୍ର ଲେଖି ଦେଇଛନ୍ତି । ଏହି ୨୫ ପରିବାର ଭିତରେ ଗରିବ ଆଦିବାସୀଙ୍କ ସମେତ ଅନ୍ୟ ଜାତିର ଲୋକ ରହିଥିବା କୁହାଯାଉଛି ।

ଜଗତସିଂହପୁର ତହସିଲରେ ଏହି ଦତ୍ତ ପତ୍ର ଦାଖଲ ହୋଇଛି । ଖୁବ୍‌ ଶୀଘ୍ର ଉକ୍ତ ଜମିର ମ୍ୟୁଟେସନ୍‌ କରାଯାଇ ୨୫ ପରିବାରଙ୍କ ନାମରେ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି କହିଛନ୍ତି ତହସିଲଦାର ଡ. ମାନସ ରଞ୍ଜନ ଭୋଇ । ତହସିଲଦାର ଡ. ଭୋଇଙ୍କ ମୁତାବିକ, ପାଟେଣୀ ଗାଁ ମୌଜାରେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଶ୍ରୀ ମହାରଣାଙ୍କ ୨୭ ଡିସିମିଲି ସ୍ଥିତିବାନ ଜମି ରହିଛି । ଉକ୍ତ ସମସ୍ତ ଜମିକୁ ଏବେ ସେ ଦାନ ସୂତ୍ରରେ ଖେରସରେ ବସବାସ କରୁଥିବା ୨୫ଜଣଙ୍କ ନାମରେ ରେକର୍ଡ଼ କରିବାକୁ ଆବେଦନ କରିଛନ୍ତି । ଆପାତତଃ ତିନି ମାସ ଭିତରେ ଉକ୍ତ ଜମି ଏହି ୨୫ ପରିବାରଙ୍କ ନାମରେ ହୋଇଯିବ ବୋଲି ତହସିଲଦାର ସ୍ପଷ୍ଟ କରିଛନ୍ତି ।

ଏକକାଳୀନ ଏତେ ପରିବାରଙ୍କୁ ବହୁମୂଲ୍ୟ ଜମି ଦାନ ସୂତ୍ରରେ ଦିଆଯିବା ଜିଲ୍ଲା ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ସଂପ୍ରତ୍ତି ପାଟେଣୀଗାଁରେ ଗୁଣ୍ଠେ ଜମିର ବେସରକାରୀ ମୂଲ୍ୟ ୪ ଲକ୍ଷରୁ ଊଦ୍ଧ୍ୱର୍ । ସରକାରୀ ଭାବେ ମଧ୍ୟ ଏହି ଅଞ୍ଚଳରେ ଜମିର ମୂଲ୍ୟ ସେତେ କମ୍‌ ନାହିଁ । ଅର୍ଥାତ ଆନୁମାନିକ ହିସାବ କଲେ ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ମହାରଣାଙ୍କ ଉକ୍ତ ଜମିର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ତଥାପି ଶ୍ରୀ ମହାରଣା ମୁକ୍ତ ଚିତ୍ତରେ ଦୀର୍ଘ ବର୍ଷ ତଳୁ ନିଜ ଘର ଦୁଆର ମୁହଁରେ ଝୁମ୍ପୁଡ଼ି ତୋଳି ରହି ଆସୁଥିବା ଏହି ଗରିବ ପରିବାରମାନଙ୍କ ଯନ୍ତ୍ରଣାକୁ ହାଡ଼େ ହାଡ଼େ ଅନୁଭବ କରି ନିଜର ଜମିକୁ ଦାନ ସୂତ୍ରରେ ଟେକି ଦେଇଛନ୍ତି । ଶ୍ରୀ ମହାପାତ୍ରଙ୍କ କହିବା ମୁତାବକ, କେବଳ ଜାଗା ନୁହେଁ ଆଗକୁ ଏହି ଗରିବ ପରିବାରଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରହିଛି ।

   Related Posts