Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଶସ୍ତାରେ ବାତାନୁକୂଳିତ ବଗିରେ ଯାତ୍ରା କରିବା ଏବେ ଗରିବଙ୍କ ଲାଗି ହେବ ସ୍ୱପ୍ନ, ସରକାର ବନ୍ଦ କରିବେ ‘ଗରିବ ରଥ’ ଏକ୍ସପ୍ରେସ୍ ଟ୍ରେନ ସେବା

18/07/2019 at 6:49 PM

ନୂଆଦିଲ୍ଲୀ : ଶସ୍ତାରେ ଗରିବ ଲୋକଙ୍କ ବାତାନୁକୂଳିତ ଟ୍ରେନଯାତ୍ରା ସ୍ୱପ୍ନ ସାକାର କରିବା ପାଇଁ ସାରା ଦେଶରେ ଭାରତୀୟ ରେଳ ପ୍ରଚଳନ କରିଥିଲା ଗରିବ ରଥ ଏକ୍ସପ୍ରେସ୍ ଟ୍ରେନ ସେବା । ହେଲେ ରେଳବାଇ ଏବେ ଆଉ ଅଧିକ ସମୟ ପର୍ଯ୍ୟନ୍ତ ଏହି ସେବା ସେମାନଙ୍କୁ ଯୋଗାଇ ଦେଇପାରିବେନି। କେନ୍ଦ୍ର ରେଳ ମନ୍ତ୍ରାଳୟ ଗରିବ ରଥ ଏକେସପ୍ରେସ ବନ୍ଦ କରିବାକୁ ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ଏଣୁ ଆଉ ପ୍ଲାଟଫର୍ମର ରେଳ ସାରଣୀରେ ଗରିବ ରଥ ଟ୍ରେନର ନାମ ଦେଖିବାକୁ ମିଳିବନି।

ରେଳବାଇଙ୍କ ଏହି ସ୍ୱତନ୍ତ୍ର ଟ୍ରେନ ସେବା ବନ୍ଦ ହେବା ନେଇ ପୂର୍ବରୁ ସୂଚନା ମିଳିସାରିଥିଲା। ଏଥିପାଇଁ ବଗି ଓ କୋଚ୍ ନିର୍ମାଣକୁ ରେଳବାଇ ବାତିଲ କରାଇସାରିଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ସରକାର ଗରିବ ରଥକୁ ମେଲ ଅଥବା ଏକ୍ସପ୍ରେସ୍ ଟ୍ରେନରେ ରୂପାନ୍ତରିତ କରିପାରନ୍ତି। ଯାହାର ସିଧାଶଳଖ ଉତ୍ତର ହେଲା ଆଗାମୀ ଦିନରେ ଗରୀବ ରଥ ସ୍ଥାନରେ ମେଲ୍ ଅଥବା ଏକ୍ସପ୍ରେସ୍ ଟ୍ରେନ ସେବା ପ୍ରଦାନ କରାଯିବ।

୨୦୦୬ ମସିହାରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଦେଶରେ ଗରିବ ଲୋକଙ୍କୁ ଶସ୍ତାରେ ବାତାନୁକୁଳିତ ଏକ୍ସପ୍ରେସ ଟ୍ରେନ ସେବା ଯୋଗାଇଦେବାକୁ ଗରୀବ ରଥ ଏକ୍ସପ୍ରେସ ଆରମ୍ଭ କରିଥିଲେ। ତେବେ ପୁରୁଣା ବଗି ଓ ଯନ୍ତ୍ରାଂଶ ଯୋଗୁ ଏହି ଟ୍ରେନ ସେବା ଯୋଗାଇଦେବା ଏବେ ରେଳବାଇ ପାଇଁ କ୍ଷତିର କାରଣ ପାଲଟିଛି। ଏଣୁ ପୂର୍ବରୁ କାଠଗୋଦାମ-କାନପୁର ଗରିବ ରଥ ବନ୍ଦ ହୋଇଯାଇଥିବା ବେଳେ କାଠଗୋଦାମ-ଜମ୍ମୁ ଓ କାଠଗୋଦାମ-କାମପୁର ଗରିବ ରଥକୁ ଏକ୍ସପ୍ରେସ୍ ରେ ପରିବର୍ତ୍ତିତ କରାଯାଇସାରିଲାଣି। ଗରୀବ ରଥ ଏକ୍ସପ୍ରେସର ବାତାନୁକୂଳିତ ବଗିରେ  ଦିଲ୍ଲୀରୁ ବାନ୍ଦ୍ରା ଯିବାକୁ ଯାତ୍ରୀଙ୍କୁ  ଟିକଟ୍ ବାବଦେ ୧ ହଜାର ୨୦ଟଙ୍କା  ଖର୍ଚ୍ଚ କରିବାକୁ ପଡୁଛି। ତେବେ କୌଣସି ଏକ୍ସପ୍ରେସ ବା ମେଲରେ ଏହି ଯାତ୍ରା କରିବାକୁ ହେଲେ ସେମାନଙ୍କୁ ୧୫ଶହରୁ ୧୬ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅର୍ଥାତ ରେଳ ଭଡା ବୃଦ୍ଧି କରିବା ସରକାରଙ୍କର ଅସଲ ଉଦ୍ଦେଶ୍ୟ ବୋଲି ଜଣାପଡିଛି।

   Related Posts