ଗ୍ୟାରେଜରେ ଝୁଲୁଛି ମାଲିକଙ୍କ ମୃତ ଦେହ, ହତ୍ୟା ନାଁ ଆତ୍ମହତ୍ୟା ଚାଲିଛି ତଦନ୍ତ

Published By : Prameya-News7 Bureau | October 12, 2021 IST

ନିଆଳୀ ୧୨/୧୦: ନିଆଳି ଥାନା ଅଧୀନ ନିଆଳି ବଗିଚା ସାହି ବସ୍ତି ଛକରେ ଅଘଟଣ । ଏଠାରେ ଥିବା ମା କୁତମ୍ ଚଣ୍ଡୀ ବାଇକ ଗ୍ୟାରେଜରେ ଝୁଲୁଛି ମାଲିକଙ୍କ ମୃତଦେହ । ମୃତ ମାଲିକ ହେଉଛନ୍ତି ୨୭ ବର୍ଷୀୟ ବାପି ପଟ୍ଟନାୟକ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପରିବାର ଲୋକ ବାପିଙ୍କ ମୃତ୍ୟୁକୁ ନେଇ ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହରେ ରହିଛନ୍ତି ।

ଗତ କାଲି ରାତିରେ ବାପି ଘରକୁ ଫେରି ନଥିଲେ । ଆଜି ସକାଳେ ବାପା ଗତନାଥ ପଟ୍ଟନାୟକ ଗ୍ୟାରେଜ ମଧ୍ୟରେ ପୁଅ ଏକ୍ ପ୍ଲାଷ୍ଟିକ ରଶିରେ ଗ୍ୟାରେଜ ଘର ଅଜବେଷ୍ଟରେ ଝୁଲୁଥିବା ଦେଖି ପୋଲିସରେ ଅଭିଯୋଗ କରିଥିଲେ । ନିଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.