ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଥାନାର ଦ୍ବାରସ୍ଥ ହେଲେ ପୀଡିତା
22/09/2020 at 2:44 PM

ବାଲେଶ୍ବର୨୨/୯: ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ତେଘରୀ ଗ୍ରାମରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବା ମିଳିଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ ତେଘରି ଗ୍ରାମର ଜନୈକ ମହିଳା ପ୍ରତିଦିନ ଭଳି ପାଣି ଆଣିବା ପାଇଁ ଉକ୍ତ ଗ୍ରାମର ଅଜୟ ସାମଲଙ୍କ ଘର ପାଖକୁ ଯାଇଥିଲେ। ସେଠାରେ କେହି ନଥିବାର ସୁଯୋଗ ଦେଖି ଗ୍ରାମର ବିବାହିତ ଯୁବକ ଅଜୟ ସାମଲ, ତାଙ୍କ ବୟସ ୫୦ ବର୍ଷ ଆଖୁ ଖାଇବାର ପ୍ରଲୋଭନ ଦେଖାଇ ପାଣି ଟ୍ୟାପ୍ ନିକଟରୁ ମହିଳାଙ୍କୁ ଟେକି ନେଇ ବାଥରୁମ୍ରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ।
ତେବେ ମହିଳା ଜଣକ ପାଟି କରିବାରୁ ତାଙ୍କ ପେଟରେ ନିସ୍ତୁକ ମାଡ଼ ମାରିଥିଲେ। ଏପରି କି ସାତ ମାସର ଗର୍ଭବତୀ ମହିଳା ଜଣକ ବହୁ କଷ୍ଟରେ ସେଠାରୁ ଖସି ଯାଇଥିଲେ। ତଥାପି ତାଙ୍କ ମନଶାନ୍ତି ହୋଇ ନଥିଲା। ପୁଣି ପୀଡିତାଙ୍କ ଘର ସାମ୍ନାରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏ ସଂପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ତାଙ୍କୁ ଧମକ ଦେଇଥିଲେ। ତେବେ ମହିଳା ରାତିରେ ସପରିବାର ଆଲୋଚନା ପରେ ଆଜି ଜଳେଶ୍ୱର ଏସଡିପିଓ ପାଖରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।