Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ପୁଣି ଏକ ଗର୍ଭବତୀ ହରିଣର ମୃତ୍ୟୁ, ବନ ବିଭାଗକୁ ଦାୟୀ କଲେ ଗ୍ରାମବାସୀ

13/01/2021 at 5:29 PM

ଆଠଗଡ଼୧୩/୧: ପୁଣି ଏକ ଗର୍ଭବତୀ ହରିଣର ମୃତ୍ୟୁ। ଆଠଗଡ ବାନାଞ୍ଚଳ ସୁବାସି ସଂରକ୍ଷିତ ଜଙ୍ଗଲରେ ଆଉ ଏକ ଗର୍ଭବତୀ ହରିଣର ମୃତ୍ୟୁ ହୋଇଛି। ଯାହାକି ଆଠଗଡ଼ ବନଖଣ୍ଡରେ ବନ୍ୟଜନ୍ତୁ ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଠଗଡ ବାନାଞ୍ଚଳ ସୁବାସି ସଂରକ୍ଷିତ ଜଙ୍ଗଲ ଖୁଣ୍ଟଣୀ କଲେଜ ପଛପଖରେ ଏକ ଗର୍ଭବତୀ ହରିଣର ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ।  ବିଭାଗୀୟ କର୍ମଚାରୀ ପହଞ୍ଚିବା ବେଳକୁ ହରିଣଟିର ମୃତ୍ୟୁ ହୋଇଯାଇଥିଲା। ମୃତ ହରଣଟିକୁ ଆଠଗଡ ପଶୁ ଚିକିତ୍ସାୟଳକୁ ଆଣି ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ହରିଣୀଟି ଗର୍ଭବତୀ ଥିବା ଜଣାପଡିଥିବ ଡାକ୍ତର ସୁଶାନ୍ତ କୁମାର ବେହେରା ସୂଚନା ଦେଇଥିଲେ।

ଆଠଗଡ ବନଖଣ୍ଡରେ ତୃଷାର୍ଥ ଏବଂ ଭୋଲିକା ଥିବା ହରିଣମାନଙ୍କ ମୃତ୍ୟୁ ହୋଇଥିବା ନଜୀର ରହିଛି। ଏଥିସହ କୁକୁରମାନଙ୍କ ଭୟରେ ପ୍ରାଣ ବିକଳରେ ହରିଣ ଲୋକମାନଙ୍କ ଘରେ ଭିତରକୁ ପଶି ଯାଉଛନ୍ତି।ବନ୍ୟାଜନ୍ତୁଙ୍କ ସୁରକ୍ଷା ଏବଂ ସେମାନଙ୍କ ଖାଦ୍ୟପେୟ ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସେମାନଙ୍କ ଦାୟିତ୍ବହୀନତା ଯୋଗୁଁ ବନ୍ୟଜନ୍ତୁ ବିପଦରେ ପଡୁଛନ୍ତି।

   Related Posts