ଦଶହରାରେ ଆୟୋଜିତ ହେଲା ଗର୍‌ବା ଏବଂ ଦାଣ୍ଡିଆ

Published By : Prameya-News7 Bureau | October 08, 2019 IST

ଯାଜପୁର - ଯାଜପୁରରରେ ଏବେ ପୂଜା ପାଇଁ ମାହୋଲ ସରଗରମ । ଏହି ଅବସରରେ କଳିଙ୍ଗନଗରରେ ଗୁଜରାଟି ସମାଜ ଓ ମାରୱାଡି ସମାଜ ପକ୍ଷରୁ ଆୟୋଜିତ ହେଉଛି ଗର୍ବା ଏବଂ ଦାଣ୍ଡିଆ ରାସ । ଆବାଳ ବୃଦ୍ଧବନିତା ଏଥିରେ ସାମିଲ ହୋଇ ମଜା ଉଠାଇଛନ୍ତି । ଏହା ଏକ ମନି ଇଣ୍ଡିଆର ମଧ୍ୟ ଭ୍ରମ ସୃଷ୍ଟି କରିଛି ।

ବର୍ଷ ହେବ ଯାଜପୁର କଳିଙ୍ଗନଗର ଗୁଜରାଟି ସମାଜ ପକ୍ଷରୁ ଆୟୋଜିତ ହେଉଛି ଗର୍ବା ଏବଂ ଡାଣ୍ଡିଆ । ପ୍ରଥମେ ମାଆଙ୍କ ବନ୍ଦାପନା ପରେ ଆରମ୍ଭ ହୋଇଥାଏ ଗର୍ବା । ସେଥିପାଇଁ ସମସ୍ତ ଗୁଜାରାଟି ପରିବାରକୁ ନିମନ୍ତ୍ରଣ ଦିଆଯାଇଥାଏ । ବର୍ଷ ତମାମ ସସ୍ତେ ନବରାତ୍ରୀକୁ ଅପେକ୍ଷା କରି ରହିଥିବା ବେଳେ ଦାଣ୍ଡିଆ ଖେଳରେ ମସଗୁଲ ହୁଅନ୍ତି ଆବାଳ ବୃଦ୍ଧ ବନିତା। ଗର୍ବା ଓ ଦାଣ୍ଡିଆ ଯେମିତି ସମସ୍ତଙ୍କୁ ଏକତାର ରୁଜୁରେ ବାନ୍ଧି ରଖିବାର ମାଧ୍ୟମ ପାଲଟେ ।

ଗୁଜରାଟୀ ସମାଜ ସାଙ୍ଗକୁ ଯାଜପୁର ରୋଡ୍ ମାରୱାଡି ସମାଜ ମଧ୍ୟ ଦାଣ୍ଡିଆ ଖେଳରେ ସାମିଲ ହୋଇଛି । କଳିଙ୍ଗନଗରରେ ବହୁ ଲୋକ ରାଜ୍ୟ ବାହାରୁ ଆସି ରହୁଥିବା ବେଳେ ଏହି ଉତ୍ସବ ଯୋଗୁଁ ସମସ୍ତେ ଏକାଠି ହୋଇଛନ୍ତି। ସେଥିପାଇଁ ଏହି ଆୟୋଜନକୁ ବନ୍ଧୁମିଳନର ଆଖ୍ୟା ଦେଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଏହି ଅବସରରେ ଗୁଜୁରାଟୀ ସମାଜ ପକ୍ଷରୁ ବିଭିନ୍ନ ନାଚ,ଗୀତ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.