Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ନାଗ ସହ ଗରବା ନାଚିଲେ ଯୁବତୀ , ମାମଲା ରୁଜୁ ପରେ ଅଦାଲତରେ ହାଜର ହେଲେ

12/10/2019 at 4:38 PM

ଅହମ୍ମଦାବାଦ – ନାଗସାପ ଓ ଅନ୍ୟ ଦୁଇଟି ବିଷହୀନ ସାପ ଧରି ଗରବା ଖେଳିବା ଅଭିଯୋଗରେ ଗୁଜୁରାଟ ବନ ବିଭାଗ ଦୁଇ ଯୁବତୀଙ୍କ ସହ ଜଣେ ନାବାଳିକାଙ୍କୁ ଗିରଫ କରିଛି । ଏମାନେ ଗରବା ନୃତ୍ୟ ବେଳେ ନାଗସାପ ଧରି ନୃତ୍ୟ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଏହାର ଭିଡିଓ ବିଭିନ୍ନ ଗଣ ମାଧ୍ୟମରେ ଭାଇରାଲ୍‌ ହୋଇଥିଲା । ଏହା ଭିଡିଓ ଭାଇରାଲ୍‌ ହେବା ପରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ଏମାନଙ୍କୁ ଗିରଫ କରାଯାଇଥିବା ବନ ବିଭାଗ ସୂଚନା ଦେଇଛି । ଭାଇରାଲ୍‌ ଭିଡିଓରେ ଦୁଇଜଣ ଯୁବତୀ ଓ ଜଣେ ନାବାଳିକା ଅହିରାଜ ଓ ନାଗସାପ ଧରି ନୃତ୍ୟ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଥିଲା । ଏମାନେ ପାରମ୍ପରିକ ଗରବା ନୃତ୍ୟ ପରିବେଷଣ କରିଥିଲେ । ନବରୀତ୍ରୀ ଅବସରରେ ଏହି ନୃତ୍ୟ ଅନୁଷ୍ଠିତ ହୋଇଥିଲା ବୋଲି ଜୁନାଗଡର ଉପ ବନ ସଂରକ୍ଷକ ସୁନୀଲ ବେରଓ୍ୱାଲ କହିଛନ୍ତି ।

ଜୁନାଗଡ ଜିଲ୍ଲାର ଶିଲ୍‌ ଗ୍ରାମରେ ଅକ୍ଟୋବର ୬ ତାରିଖରେ ଏହି ଗରବା ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଅଭିଯୋଗ ପରେ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ଗୁରୁବାରରେ ସମସ୍ତଙ୍କୁ ଗିରଫ କରାଯିବା ପରେ ଅଦାଲତରେ ହାଜର କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଅଦାଲତ ସମସ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ନାଗର ବିଷ ଦାନ୍ତ ଭାଙ୍ଗି ଦିଆଯାଇଥିଲା। ଅନ୍ୟ ଦୁଇଟି ବିଷହୀନ ସାପ ଥିଲେ ବୋଲି ସୂଚନା ମିଳିଛି ।

   Related Posts