Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଗାଁ ମନ୍ଦିରରେ ଭାଲୁ, ଭୟରେ ଗ୍ରାମବାସୀ

15/03/2020 at 12:43 PM

ନବରଙ୍ଗପୁର ୧୫।୦୩: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ  ଅଞ୍ଚଳଗୁମ୍ମା ଗାଁରେ ଗତ ଏକ ମାସ ଧରି ଭାଲୁ ଆତଙ୍କ ଦେଖାଦେଇଛି ।  ଭାଲୁ ଭୟରେ ଗ୍ରାମବାସୀ ମାନେ ଅତିଷ୍ଠ ଓ ଭୟଭୀତ ହୋଇରହିଛନ୍ତି । ସନ୍ଧ୍ୟା ୭ ଟା ହେଲେ ଭାଲୁ ଭୟ ଆରମ୍ଭ ହୋଇଯାଉଛି ।

ଅଂଚଳଗୁମ୍ମା ଗାଁ ଦେଇ ୪/୫ ଟି ପଞ୍ଚାୟତ ଲୋକ ଯାଆସ କରୁଥିବା ବେଳେ ସନ୍ଧ୍ୟା ହେଲେ ଭାଲୁ ଅଂଚଳଗୁମ୍ମା ରାଜ ରାସ୍ତାରେ ଘୁରି ବୁଲୁଛି। ଭାଲୁ ପ୍ରାୟତଃ ଗାଁରେ ଥିବା ରାଧା କୃଷ୍ଣ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ଗାଁ ଠାକୁରାଣୀ ମନ୍ଦିର ଘୁରି ବୁଲୁଛି ।  ବନ ବିଭାଗ ପାଖରେ ଏନେଇ ଖବର ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଗତ କିଛି ଦିନ ତଳେ ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁରେ ତନ୍ମୟ ମିଶ୍ରଙ୍କ ଘରୁ ଭାଲୁକୁ ଉଦ୍ଧାର କରିଥିଲା ବନଭିଭାଗ। ପୁଣି ଏହି ବ୍ଲକର ଗଜିଆଗୁଡା ଗାଁର ଏକ ଗଛ ଉପରେ ଚଢି ୭ ଘଣ୍ଟା ଧରି ଶୋଇରହିଥିଲା ଭାଲୁ ଏଭଳି ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆତଙ୍କ ଦିନକୁ ଦିନ ବଢିଚାଲିଛି। ଏ ଦିଗରେ ବନ ବିଭାଗ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

   Related Posts