ଏସଟିଏଫର ଚଢ଼ାଉ , ଗଞ୍ଜେଇ ସହ ଜଣେ ଅଟକ
22/01/2020 at 1:02 PM

ଭଦ୍ରକ ୨୨/୧: ନଗଦ ଟଙ୍କା ସହ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ଜବତ ହୋଇଛି । ଭଦ୍ରକ ସହରର ପୁରୁଣାବଜାର ଥାନା ଅଞ୍ଚଳରେ ଏସଟିଏଫର ୫ ଜଣିଆ ଟିମ ଚଢ଼ାଉ କରିଛି । ଜଣକୁ ଅଟକ ରଖିଥିବାର ସୂଚନା ମିଳିଛି ।

ତେବେ ଅଟକ ବ୍ୟକ୍ତି ଓ ଜବତ ଟଙ୍କା ,ଗଞ୍ଜେଇ ବିଷୟରେ ଏସଟିଏଫ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ତଦନ୍ତ ପରେ ସମସ୍ତ ସୂଚନା ଦେବ ଏସଟିଏଫ ।
