ଏଥର ମୁମ୍ବାଇରେ ସରଳ ଓ ନିରାଡମ୍ବର ଭାବେ ପାଳନ କରାଯିବ ଗଣେଶ ପୂଜା : ୪ଫୁଟରୁ ଅଧିକ ଉଚ୍ଚର ଗଣେଶ ମୂର୍ତ୍ତି ନିର୍ମାଣ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

Published By : Prameya-News7 Bureau | June 27, 2020 IST

ମୁମ୍ବାଇ ୨୭/୬: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗଣେଶ ମହୋତ୍ସବ ସହ ଜଡ଼ିତ ଆୟୋଜନ କରୁଥିବା ଗଣେଶ ମଣ୍ଡଳୀକୁ କରୋନା ଭାଇରସ ମହାମାରୀକୁ ଆଖି ଆଗରେ ରଖି ଏବର୍ଷ ନିରାଡମ୍ବର ଭାବେ ଗଣେଶ ପୂଜା ପାଳନ କରିବାକୁ ଅପିଲ୍ କରିଛନ୍ତି। ଶୁକ୍ରବାର ଠାକରେ କହିଛନ୍ତି ଯେଏଥର ଗଣେଶ ପୂଜାରେ ପୂଜା ପେଣ୍ଡାଲରେ ୪ଫୁଟରୁ ଅଧିକ ଉଚ୍ଚ ଗଣେଶ ମୂର୍ତ୍ତି ହେବ ନାହିଁ। ଏଠାରେ ଅଗଷ୍ଟ ୨୨ତାରିଖରୁ ଗଣେଶ ପୂଜା ଆରମ୍ଭ ହେବ। ମୁମ୍ବାଇରେ ଗଣେଶଙ୍କ ଉଚ୍ଚ ପ୍ରତିମା ସ୍ଥାପିତ କରିବାର ଚଳଣି ରହିଛି।

{"id":292183,"width":589,"height":396,"sizeSlug":"large"}

ଠାକରେ କହିଛନ୍ତି ଯେ ମୁମ୍ବାଇ ଏବଂ ପୁଣେରେ ଲୋକେ ବହୁ ସଂଖ୍ୟାରେ ଉଚ୍ଚ ଗଣେଶ ପ୍ରତିମା ଦେଖିବାକୁ ଆସନ୍ତି। କିନ୍ତୁ ଏବେ ଏପରି ମହାମାରୀ ପରିସ୍ଥିତିରେ ଲୋକଙ୍କ ଭିଡ଼ରୁ ବର୍ତ୍ତିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ଉଚ୍ଚ ପ୍ରତିମା ପାଇଁ ଅଧିକ ସଂଖ୍ୟକ ସ୍ବୟଂସେବକଙ୍କ ଆବଶ୍ୟକତା ଅନୁଭୂତ ହୋଇଥାଏ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ମାସରେ ଆୟୋଜିତ ହେବାକୁ ଥିବା ଦହି-ହାଣ୍ଡି ଉତ୍ସବକୁ ମଧ୍ୟ ରଦ୍ଦ କରି ଦିଆଯାଇଛି ଏବଂ ବ୍ୟାପକ ସ୍ତରରେ ଏହାର ଆୟୋଜନ କରୁଥିବା ଶିବସେନାର ବିଧାୟକ ପ୍ରତାପ ସରନାୟକ ଏହା ବଦଳରେ କରୋନା ରିଲିଫ ଫଣ୍ଡରେ ଏକ କୋଟି ଟଙ୍କାର ଦାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.