୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ଫ୍ଲାଇଙ୍ଗ୍ ସ୍କ୍ବାଡ୍

Published By : Prameya-News7 Bureau | December 22, 2020 IST

କଟକ ୨୨।୧୨: କଟକ ବାଲିକୁଦା ନିକଟରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ୍ ଏହି ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

{"id":381213,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋରରୁ ଏକ ଧଳା ରଙ୍ଗର ନମ୍ବର ବିହୀନ କାରକୁ ଦେଖି ଅବକାରୀ ବିଭାଗ ସନ୍ଦେହ କରିଥିଲା । ଏହାପରେ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ସେଠାରୁ ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାଡ୍ । ଅଭିଯୁକ୍ତଙ୍କଠାରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ସମେତ ଏକ କାରକୁ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଅଶୋକ ପୃଷ୍ଟି ଓ ପ୍ରକାଶ ବେହେରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.