ଧରାପଡିଲା ଗଞ୍ଜେଇ ବୋଝେଇ ଟ୍ରକ୍, ୩୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Published By : Prameya-News7 Bureau | December 15, 2020 IST

ମାଲକାନଗିରି ୧୫।୧୨: ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ପୋଲିସ ହାତରେ ଧରାପଡିଛି ଏକ ଗଞ୍ଜେଇ ବୋଝେଇ ୨୦ ଚକିଆ ଟ୍ରକ । ସିଲେରୁ-ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଚୋରା ଗଞ୍ଜେଇ ନେଇ ରାଜସ୍ଥାନ ଯାଉଥିବା ବେଳେ ଧରାପଡିଛି ଏହି ଗାଡି । ଏସାର ଛକଠାରେ ପୋଲିସର ଯାଞ୍ଚ ତଲାସି ବେଳେ ଟ୍ରକରୁ ବାହାରିଛି ୩୨  ବସ୍ତା ଚୋରା ଗଞ୍ଜେଇ ଯାହାର ଓଜନ ପ୍ରାୟ ୮୦୦ ଶହ କେଜି ଓ ବଜାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି । ଏହି ଚୋରା ଗଞ୍ଜେଇ ରାକେଟରେ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ କରୁଛି ମାଲକାନଗିରି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.