ଅଟୋରୁ ୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଅଟକ

Published By : Prameya-News7 Bureau | February 01, 2021 IST

ଲମତାପୁଟ ୧।୨: ଖୁଲମଖୁଲା ଗଞ୍ଜେଇ ଚୋରା  ଚାଲାଣ  ବେଳେ  ମାଡିବସିଲା  ପୋଲିସ   ।  କୋରାପୁଟ ଜିଲ୍ଲା  ଆନ୍ଧ୍ର ସୀମାନ୍ତବର୍ତ୍ତୀ  ପାଡୁଆ  ଅଞ୍ଚଳରୁ କଳାହାଣ୍ଡିକୁ ଚୋରା  ଚାଲାଣ ବେଳେ  ଲମତାପୁଟ ପୋଲିସ ହାତରେ ଧରାପଡିଛି  ବିପୁଳ ପରିମାଣର ଗଞ୍ଜେଇ । 

{"id":402099,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଥାନା ଅଧିକାରୀ  ଲମତାପୁଟ ପୋଲିସ ଏବଂ ଜଲାପୁଟ  ପୋଲିସକୁ ଖବର ଦେଇଥିଲେ  ।   ଖବର ପାଇବା ପରେ  କଡ୍ରି  ଗ୍ରାମ ଛକ ନିକଟରେ  ଲମତାପୁଟ ପୋଲିସ ଏବଂ ଜଲାପୁଟ ପୋଲିସ  ନାକାବନ୍ଦୀ କରି ଗାଡି ଯାଞ୍ଚ  କରୁଥିବା ସମୟରେ  ଦ୍ରୃତ ଗତିରେ ଆସୁଥିବା ଅଟୋ  ଏବଂ ଏସ୍କର୍ଟ କରି ଆସୁଥିବା ମଟର ସାଇକେଲକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୋଲିସ । କିନ୍ତୁ  ଗାଡି ଦୁଇଟି  ପୋଲିସକୁ ଚକମା ଦେଇ ଚାଲିଯିବା ପାଇଁ ଚେଷ୍ଟା କରିଥଲେ  ପୋଲିସ  ଦୁଇଟି ଗାଡିକୁ ଅଟକାଇବା ସହ ତିନି ଜଣକୁ କାବୁ କରିବାରେ ସଫଳ ହୋଇଛି  ।      ଅଟୋକୁ ଯାଞ୍ଚ କରିବାରୁ ସେଥିରେ ୬ ବସ୍ତା ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା ।  ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା  ଅଟୋ ଏବଂ ମୋଟର ସାଇକେଲକୁ ଜବତ କରିଛି  ପୋଲିସ  ।  ଏହି  ଅଟୋରେ ୧ କ୍ବିଣ୍ଟାଲ ୪୦ କେଜି  ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ  ୧୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । 

{"id":402100,"sizeSlug":"large","linkDestination":"none"}

୩ ଜଣ ଅଟକ ଯୁବକ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କର୍ଲାଗୁଡା ଗ୍ରାମର ଗୁପ୍ତେଶ୍ଵର ପୂଜାରୀ, ନୂଆପଡା ଜିଲ୍ଲା  ସିନାପାଲୀ ର ଚୂଡାମଣି  ମେହେର  ଏବଂ ପାଡୁଆ ଥାନା ଅନ୍ତର୍ଗତ ଅଣ୍ଡରୁଗୁଡା ଗ୍ରାମର   ଭୀମ   ଖରା  ବୋଲି  ଜଣାପଡିଛି ।  ଅଟକ ଯୁବକମାନେ ଏହି ଗଞ୍ଜେଇ କାହାଠାରୁ କିଣିଥିଲେ  ଏବଂ କାହାକୁ ଦେଇଥାନ୍ତେ ଏବଂ ଏଥିରେ କେଉଁ ମାନଙ୍କ ସଂପୃକ୍ତି ରହିଛି  ତାର ଖୋଳତାଡ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.