Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଅଭିନବ ଉପାୟରେ ଚୋରା ଚାଲାଣ : କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

26/07/2021 at 3:29 PM

ଜୟପୁର ୨୬।୭: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଛି ଜୟପୁର ସଦର ପୋଲିସ। ଜବତ ଗଞ୍ଜେଇର ପରିମାଣ ୧ ଟନ୍ ୫୦ କେଜି ହେବ । ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା ହେବ।

ପୂର୍ବରୁ ଗଞ୍ଜେଇ ମାଫିଆମାନେ କେତେବେଳେ ପରିବା ବୋଝେଇ ଟ୍ରକ ତ ଆଉ କେତେବେଳେ ମୁଢି ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏମାନଙ୍କୁ କାବୁ କରିଛି ପୋଲିସ। ଏଥର ଏକ ପିକଅପ ଭ୍ୟାନ ଯୋଗେ ପଟାଙ୍ଗୀଠାରୁ ଜୟପୁରକୁ ଗଞ୍ଜେଇ ଆଣି ସେଠାରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ମାଫିଆମାନେ ପରିବହନ କରିବାକୁ ଯୋଜନା କରୁଥିଲେ । ହେଲେ ମାଫିଆଙ୍କ ଯୋଜନାକୁ ଫଣ୍ଡ କରିଦେଇଛି ଜୟପୁର ସଦର ପୋଲିସ। ଜୟପୁର ସହରକୁ ପହଞ୍ଚିବା ପୂର୍ବରୁ ଜୟପୁର ଘାଟିରେ ମାଡିବସି ଗାଡିକୁ ଜବତ କରିଛି ପୋଲିସ । ଗାଡିରୁ ଜଣ ଦଲାଲକୁ ଗିରଫ  କରିଥିବା ବେଳେ ତାଙ୍କଠାରୁ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ମଧ୍ୟ ଜବତ କରିଛି ଜୟପୁର ସଦର ପୋଲିସ ।

ଗିରଫ ବ୍ୟକ୍ତି ଜଣଙ୍କ ସେମିଳିଗୁଡା ଅଞ୍ଚଳର ସଞ୍ଜୟ ଖରା ବୋଲି ଜଣାପଡିଛି। ଗଞ୍ଜେଇ ମାଫିଆମାନେ ଏଥିରେ ବିପୁଳ ପରିମାଣର ଗଞ୍ଜେଇ ଲୋଡ୍ କରି ଅନ୍ୟ ରାଜ୍ୟକୁ ପରିବହନ କରି ମାଲେମାଲ ହୋଇଥାନ୍ତେ । କିନ୍ତୁ ପୋଲିସ ଠିକ୍ ସମୟ ତାକୁ କାବୁ କରିଛି ବୋଲି ସୂଚନା ଦେଇଛନ୍ତି ଜୟପୁର SDPO ଅରୂପ ଅଭିଶେକ ବେହେରା ।

   Related Posts