ଚୋରା ଚାଲାଣ ବେଳେ ପ୍ରାୟ ୫୩ କେ.ଜି. ଗଞ୍ଜେଇ ଜବତ, ୨ ଗିରଫ

Published By : Prameya-News7 Bureau | October 17, 2020 IST

ମୁନିଗୁଡା ୧୭।୧୦: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ବିଷମକଟକ ପୋଲିସ ଦ୍ବାରା ୫୩ କେଜି ୬୫୦ ଗ୍ରାମ ଗଞ୍ଜେଇ ସହ ଟାଟା ସୁମୋ ଜବତ ହୋଇଛି । ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୨ଟି ମୋବାଇଲ ଫୋନ ଓ ୧୧୨୮୦ ଟଙ୍କା ଜବତ କରାଯାଇଛି ।

{"id":346175,"sizeSlug":"large"}

ଜବତ ଗଞ୍ଜେଇ ପଦ୍ମପୁର ଥାନା ଅଞ୍ଚଳରୁ ରାୟପୁର ଚାଲାଣ ହେଉଥିବା ଜଣାପଡିଛି । ତେବେ ଜବତ ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କା ହେବ । ଏହି ଚାଲାଣରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସ ତାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.