ଚୋରା ଚାଲାଣ ବେଳେ ପ୍ରାୟ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

Published By : Prameya-News7 Bureau | September 30, 2020 IST

ମୋହନା ୩୦।୯: ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ମୋହନା ଥାନା ରାଇସିଂ ଛକରେ ଚୋରା ଚାଲାଣ ବେଳେ ଚଢାଉ କରି ୫ କ୍ବିଣ୍ଟାଲ ୭୮ କେ.ଜି. ଗଞ୍ଜେଇ ସହ ଟ୍ରକ୍ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

{"id":336383,"sizeSlug":"large"}

ଏହାସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ବୀରେନ୍ଦ୍ର ଯାଦବ ଓ ରୂପେଶ କୁମାର ଯାଦବ । ଟ୍ରକଟି ଅଡବା ଥାନା ବିରିକୋଟ ଅଞ୍ଚଳରୁ ଆସୁଥିଲା । ସେହି ସମୟରେ ମୋହନା ଥାନା ପୋଲିସ ପକ୍ଷରୁ ରାଇସିଂ ଛକରେ ପାଟ୍ରୋଲିଂ ଚାଲିଥିଲା । ଟ୍ରକ୍ ଯାଞ୍ଚ ବେଳେ ୨୨ ବସ୍ତା ଗଞ୍ଜେଇ ଜବତ ହୋଇଥିଲା ।

{"id":336384,"sizeSlug":"large"}

ଏହି ଗଞ୍ଜେଇ ବିରିକୋଟ ଅଞ୍ଚଳରୁ ବିହାର ଚାଲାଣ ହେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ମୋହନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.