ଆନ୍ତଃରାଜ୍ୟ ଘରୋଇ ବସ୍‌ରେ ଗଞ୍ଜେଇ ଚାଲାଣ, ଯାଞ୍ଚ ବେଳେ ୨ ଚାଲାଣକାରୀ ଗିରଫ

Published By : Prameya-News7 Bureau | March 09, 2021 IST

ମାଲକାନଗିରି ୯।୩: ଓଡିଶା-ଆନ୍ଧ୍ର ସୀମାନ୍ତ ମୋଟୁ ଚେକ୍ ପୋଷ୍ଟରେ ଯାଞ୍ଚ ବେଳେ ଆନ୍ତଃରାଜ୍ୟ ଘରୋଇ ବସରୁ ବାହାରିଲା ଗଞ୍ଜେଇ । ଜୟପୁରଠାରୁ ହାଇଦ୍ରାବାଦକୁ ଯାଉଥିବା ଓଡି ୧୦ଏଲ ୩୧୧୧ ଗାଲାକ୍ସି ବିଶ୍ବାଳ ନାମକ ଏକ ଘରୋଇ ବସରୁ ଦୁଇ ବ୍ୟାଗ୍ ଗଞ୍ଜେଇ ଜବତ କରିଛି ମୋଟୁ ଥାନା ପୋଲିସ । ଘଟଣାରେ ୨ ଜଣ ଚୋରା ଚାଲାଣକାରୀଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କୁ ସହଯୋଗ କରିଥିବା ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

{"id":420037,"sizeSlug":"large","linkDestination":"none"}

ଗିରଫ ୫ ଜଣଙ୍କ ସହ ୫ଟି ମୋବାଇଲ ଫୋନ୍ ଓ ନଗଦ ୫୫୦୦ ଟଙ୍କା ସହ ଘରୋଇ ବସଟିକୁ ମଧ୍ୟ ଜବତ କରି କୋର୍ଟ ଚାଲାଣ କରିଛି ମୋଟୁ ପୋଲିସ । ଜବତ ହୋଇଥିବା ମୋଟ୍ ୩୮ କେଜି ଗଞ୍ଜେଇର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ୫ ଜଣଙ୍କ ମଧ୍ୟରୁ ଦିଲ୍ଲୀର ଜଣେ ରହିଥିବା ବେଳେ, ମାଲକାନଗିରି ଜିଲ୍ଲାର ୩ ଜଣ ଓ ଜୟପୁରର ଜଣେ ରହିଛନ୍ତି । ତେବେ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ସେନେଇ ଆହୁରି ଅଧିକ ତଦନ୍ତ ଚାଲୁ ରହିଥିବା ମୋଟୁ ଆଇଆଇସି ସୁକାନ୍ତ କୁମାର ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.