୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 21, 2020 IST

ଲମତାପୁଟ ୨୧।୧୨: ପୁଣି ମାଛକୁଣ୍ଡ ଅଞ୍ଚଳରୁ ଜବତ ହେଲା ଗଞ୍ଜେଇ । କୋଲକତା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ପ୍ରାୟ ୨ କ୍ବିଣ୍ଟାଲ ଗଞ୍ଜେଇ ଧରା ପଡିଛି । ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି ଗାଡିକୁ ଜବତ କରିବା ସହ ୨ ଜଣକୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ସୁରଜ ସ୍ବା ଏବଂ ଭଗେଶ ୟାଦବ । ଏହି ଦୁଇ ଜଣଙ୍କ ଘର ବିହାର ଏବଂ କୋଲକତା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରୁଛି । 

{"id":380483,"sizeSlug":"large","linkDestination":"none"}

ପୋଲିସର ସୂଚନା ଅନୁଯାୟୀ, ଗୋଡା ବେଡା  ଗ୍ରାମ ଛକ ନିକଟରେ ମାଛକୁଣ୍ଡ ପୋଲିସ ପାଟ୍ରୋଲିଂ କରି ଗାଡି ଯାଞ୍ଚ କରୁଥିଲା । ଏହି ସମୟରେ ମାଛକୁଣ୍ଡ ପଟୁ ଦ୍ରୁତ ଗତିରେ ଆସୁଥିବା ଦୁଇଟି ଗାଡିକୁ ପୋଲିସ ଅଟକାଇଥିଲା । ଘଟଣାସ୍ଥଳରୁ କାର୍ ଭିତରେ ଥିବା  ଅଭିଯୁକ୍ତକୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା । ଘଟଣାସ୍ଥଳ ଛାଡି ମଫିଆ ଚମ୍ପଟ ମାରିଥିଲେ । ଗାଡି ଯାଞ୍ଚ କରିବା ବେଳେ ଏଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ପୋଲିସ ଗାଡି ଜବତ କରିବା ପରେ ଯୁବକମାନଙ୍କୁ  ଗିରଫ କରି ଥାନାକୁ ଆଣିଥିଲା । ଯୁବକକୁ  ପଚରା ଉଚରା  ବେଳେ  ସ୍ଥାନୀୟ ଯୁବକଙ୍କ ସଂପୃକ୍ତି ଥିବା ଏବଂ ଏହି ଗଞ୍ଜେଇ କାହାଠାରୁ କିଣିଥିବା ଜଣାପଡିଛି । ଗିରଫ ଯୁବକକୁ ସୋମବାର କୋର୍ଟ ଚାଲାଣ କରିବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.