Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଚୋରା ଚାଲାଣ ବେଳେ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

20/08/2020 at 4:25 PM

ଜୟପୁର ୨୦।୮: କୋରାପୁଟ ଜିଲ୍ଲାର କୋଟପାଡ ନିକଟରୁ ଗଞ୍ଜେଇ ଚୋରା ତାଲାଣ ବେଳେ ବୋରିଗୁମ୍ମା ପୋଲିସ ଜବତ କରିଛି । ବିହାରକୁ ଏକ ଟ୍ରକ୍ ଯୋଗେ ଗଞ୍ଜେଇ ଚୋର ଚାଲାଣ ହେଉଥିଲା । ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କୌଣସି ସୂତ୍ରରୁ ଖବର ପାଇ ପାର୍ଲି ନିକଟରେ ପହଞ୍ଚି ଏକ ଟ୍ରକକୁ ଯାଞ୍ଚ କରିଥିଲେ ।

ଯାଞ୍ଚ ପରେ ଟ୍ରକରେ ୭ ବସ୍ତା ଗଞ୍ଜେଇ ପକେଟ ବୋଝେଇ ହୋଇଥିବା ଜଣାପଡିଥିଲା । ସମସ୍ତ ଗଞ୍ଜେଇକୁ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ପରିମାଣ  ୪.୭୫ କ୍ବିଣ୍ଟାଲ । ଏହାର ବଜାର ମୂଲ୍ୟ ୨୦ଲକ୍ଷ  ଟଙ୍କା ହେବ ବୋଲି ବୋରିଗୁମ୍ମା ଏସଡିପିଓ ସୂଚନା ଦେଇଛନ୍ତି । ଗଞ୍ଜେଇ  ଚାଲାଣରେ ବ୍ୟବହୃତ ଏକ ଟ୍ରକକୁ  ସିଜ୍ କରିଛି ପୋଲିସ ।

ଗଞ୍ଜେଇ ଚାଲାଣରେ ଜଡିତ ଥିବା ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ବିହାର ଅଞ୍ଚଳର ଲାଲନ ପଣ୍ଡିତ ଓ ଚନ୍ଦନ କୁମାର ରମ । ଏମାନଙ୍କ ନିକଟରୁ ଦୁଇଟି ମୋବାଇଲ, ଅନେକ ନଥିପତ୍ର ସମେତ ୫ ହଜାର ନଗଦ ଟଙ୍କା ଜବତ ହୋଇଛି । ତେବେ ଏହି ଗଞ୍ଜେଇ ଚାଲାଣରେ ଜଡିତ ଥିବା ମାଷ୍ଟର ମାଇଣ୍ଡ ଏବଂ ଟ୍ରକ୍ ମାଲିକଙ୍କୁ ଠାବ କରାଯାଉଛି ବୋଲି ଏସଡିପିଓ କହିଛନ୍ତି ।

   Related Posts