ଟ୍ରକ୍‌ରୁ ୬କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ

Published By : Prameya-News7 Bureau | June 02, 2021 IST

ବୌଦ୍ଧ ୨।୬: ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରୁ କେନ୍ଦ୍ରୀୟ ସ୍କ୍ବାଡ୍ ଏକ ଟ୍ରକରୁ ୬.୨୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି । ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତକୁ ମଧ୍ୟ ଗିରଫ କକରାଯାଇଛି ।

{"id":460379,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ସମୟରେ ଜେଏଚ୧୦ଏଏଲ୮୨୧୧ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ରୁ ବିପୁଳ ପରିମାଣର ଗଞ୍ଜେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଝାଡ଼ଖଣ୍ଡ ରାଜ୍ୟକୁ ଚାଲାଣ ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ କେନ୍ଦ୍ରୀୟ ସ୍କ୍ବାଡ୍ ବୌଦ୍ଧ ବ୍ରିଜ ଛକ ନିକଟରେ ଟ୍ରକକୁ ଜବତ କରିଥିଲେ । ଚାଲାଣକାରୀ ଅନୁଗୋଳ ଜିଲ୍ଲା ହଣ୍ଡପା ଅଞ୍ଚଳର ଭକ୍ତବନ୍ଧୁ ପ୍ରଧାନ ଓ ସନକ ପ୍ରଧାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.