ବିପୁଳ ପରିମାଣର ଗଞ୍ଜେଇ ସହ କଣ୍ଟେନର ଜବତ, ଡ୍ରାଇଭର ଅଟକ

Published By : Prameya-News7 Bureau | June 30, 2021 IST

ଉଦଳା ୩୦।୬: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରାକ୍ସା ଛକରେ ଧରାପଡିଲା ଗଞ୍ଜେଇ ବୋଝେଇ କଣ୍ଟେନର । ଗାଡି ଡ୍ରାଇଭର ଅଟକ । ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ବୀରାମହାରାଜପୁର ଦ୍ଵାରା କଣ୍ଟେନର ଜବତ ହୋଇଛି ।

କଣ୍ଟେନର ଉପରେ ଖାଲି ଅଖାବସ୍ତା ତଳେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । କଣ୍ଟେନର ଡ୍ରାଇଭର ଅଟକ । ଗଞ୍ଜେଇ କେତେ ପରିମାଣର ହେବା ତାହା ଜଣା ପଡିନାହିଁ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଞ୍ଚଳରୁ ରାଞ୍ଚି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଘଟଣାସ୍ଥଳରେ ବୀରାମହାରାଜପୁର ଏସଡିପି ଓ ଆଇଆଇସି ଓ ମାଜିଷ୍ଟ୍ରେଟ୍ ଉପସ୍ଥିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.