ଗାର୍ମେଣ୍ଟ ଆଳରେ ଗଞ୍ଜେଇ ବେପାର : ଚଢାଉ ବେଳେ ୬୨କେଜି ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | April 17, 2021 IST

ଢେଙ୍କାନାଳ ୧୭।୪: ଗାର୍ମେଣ୍ଟ ବିକ୍ରି ଆଳରେ ଚାଲିଛି ଚୋରା ଗଞ୍ଜେଇ ବେପାର । ବସ୍ତା ବସ୍ତା ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । ଆଉ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଚାଲିଥିବା ଏପରି କଳା କାରନାମାର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ । ବିଶେଷ ସୂତ୍ରରୁ ସୂଚନା ପାଇ ଶନିବାର ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗର ଏହି ସ୍ବତନ୍ତ୍ର ସ୍କ୍ବାଡ୍ ଭୁବନର ବେବି ଗାର୍ମେଣ୍ଟ ବ୍ୟବସାୟୀ ସତ୍ୟାନନ୍ଦ ସାହୁଙ୍କ ଲତାବିଲ ଗୋଦାନ ଉପରେ ଚଢ଼ାଉ କରିଥିଲେ ।

ଚଢାଉ ବେଳେ ତିନି ବସ୍ତା ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା । ଜବତ ୩ ବସ୍ତା ଗଞ୍ଜେଇର ଓଜନ ୭୨ କିଲୋଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ସ୍କ୍ବାଡ୍ ମୁଖ୍ୟ ସମୀର ମହାନ୍ତି ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ଗାର୍ମେଣ୍ଟ ବ୍ୟବସାୟୀ ସତ୍ୟାନନ୍ଦ ସାହୁଙ୍କୁ ଗିରଫ କାରାଯାଇଛି । ଏହି ଗଞ୍ଜେଇ ବାଲେଶ୍ବର ଦେଇ ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡ  ଆଦି ଅଞ୍ଚଳକୁ ଚାଲାଣ ହୋଇଥାଏ ବୋଲି ଅବକାରୀ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.