ବୋଲେରୋରୁ ୨୪କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ବ୍ୟବସାୟୀ ଗିରଫ

Published By : Prameya-News7 Bureau | October 30, 2021 IST

ଆନନ୍ଦପୁର ୩୦।୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ପୋଡାସିଙ୍ଗିଡି ଛକ ନିକଟରୁ ଏକ ଗଞ୍ଜେଇ ବୋଝେଇ ବୋଲେରୋ ଜବତ ହୋଇଛି । ଏହି ବୋଲେରୋଟିକୁ ସୋସ ଥାନା ପୋଲିସ ଜବତ କରିଛି । ବୋଲେରୋ ଗାଡିରୁ ୨୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ବ୍ୟବସାୟରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହାଟଡିହି ଅଞ୍ଚଳର ରବୀନ୍ଦ୍ର କୁମାର ମଲ୍ଲିକ । ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର କୋର୍ଟ ଚାଲାଣ ହେବାକୁ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.