Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ

13/11/2020 at 7:31 AM

ଲମତାପୁଟ ୧୩।୧୧: ପୁଣି  କୋରାପୁଟ ଜିଲ୍ଲା   ଲମତାପୁଟ  ଏବଂ  ପଡୁଆ ପୋଲିସକୁ ବଡ ସଫଳତା । ଲମତାପୁଟ ପୋଲିସ କୋଟିଏ ଟଙ୍କାର ଗଞ୍ଜେଇ ବୋଝେଇ ଭ୍ୟାନ ଜବତ କରିଛି  ଏବଂ ପାଡୁଆ ପୋଲିସ ମଧ୍ୟ ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଥିବା ବେଳେ ଗାଡି ଡ୍ରାଇଭର ଅର୍ଥାତ୍ ମାଲିକଙ୍କୁ ଗିରଫ କରିଛି ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ ଏବଂ ଲମତାପୁଟ  ଫାଣ୍ଡି ଅଧିକାରୀ  ସଗର ଗ୍ରାମ ଛକ ନିକଟରେ  ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ କରୁଥିବା ସମୟରେ  ଜଲାପୁଟ  ଅଞ୍ଚଳରୁ  ଦ୍ରୁତ ଗତିରେ ଆସୁଥିବା  ଭ୍ୟାନକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୋଲିସ ।  କିନ୍ତୁ ବ୍ୟାରିକେଟ୍ ଭାଙ୍ଗି  ଗାଡି ଦ୍ରୁତଗତିରେ ଚାଲିଯାଇଥିଲା । ପୋଲିସ ପିଛା କରିବା ଦେଖି ରାତି ଅନ୍ଧାରର ସୁଯୋଗ ନେଇ ବଡପଡା ଘାଟିରେ ଗଞ୍ଜେଇ ମଫିଆ ଗାଡି ଛାଡି ଚମ୍ପଟ ମାରିଥିଲେ ।  ପୋଲିସ ଗାଡି ଯାଞ୍ଚ କରିବାରୁ ଏଥିରୁ ପ୍ରାୟ ଏକ ଟନ୍ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଏହାର ମୂଲ୍ୟ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । 

ଏହି ଗଞ୍ଜେଇ ଜଲାପୁଟ ଅଞ୍ଚଳରୁ  ଛତିଶଗଡ ଚାଲାଣ ହେଉଥିବା ସନ୍ଦେହ କରୁଛି ପୋଲିସ ।  ସେହିଭଳି ପଡୁଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ  ହାଣ୍ଡିପୁଟ ଛକରେ  ପେଟ୍ରୋଲିଂ କରୁଥିବା ବେଳେ ପଡୁଆ ଅଞ୍ଚଳରୁ ଦ୍ରୁତ ଗତିରେ  ଆସୁଥିବା ଟ୍ରକକୁ ଅଟକାଇଥିଲା  ।   ଗାଡି ଯାଞ୍ଚ କରିବାରୁ ପ୍ରାୟ ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପାଡୁଆ ପୋଲିସ ।  ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଟ୍ରକ ଚାଳକ  ନିଜେ ମାଲିକ ବୋଲି ପୋଲିସ ସୂଚନା ଦେଇଛି । 

ଅଭିଯୁକ୍ତ  ଜଣଙ୍କ ରାଉରକେଲା ଶୀତଲ ନଗର ଅଶ୍ଵିନୀ ମୋହନ୍ତ ।  ଏହି ଗଞ୍ଜେଇ  ପାଡୁଆ ଅଞ୍ଚଳରୁ ରାଉରକେଲା  ଚୋରାଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି ।   ଅଭିଯୁକ୍ତ ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ନେଇଥିବା ସ୍ଵୀକାର କରିଥିବା ବେଳେ କାହା ଦେଉଥିଲା ମୁହଁ ଖୋଲୁ ନଥିବା ପୋଲିସ ସୂଚନା ଦେଇଛି ।  କୋରାପୁଟ ଜିଲ୍ଲାରେ ଲକଡାଉନଠାରୁ ଆଜି ପର୍ଯ୍ୟନ୍ତ ବେଧଡକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି ।

   Related Posts