Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କୋରାପୁଟ ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ : ଧରାପଡିଲା ୮୫ଲକ୍ଷ ଟଙ୍କାର ଗଞ୍ଜେଇ, ଅଭିଯୁକ୍ତ ଫେରାର

26/11/2020 at 7:32 AM

ଲମତାପୁଟ ୨୬।୧୧: ପୁଣି  କୋରାପୁଟ ଜିଲ୍ଲାରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ନନ୍ଦପୁର ପୋଲିସ ବିପୁଳ ପରିମାଣର ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ କରିଥିବା ବେଳେ ପାଡୁଆ ପୋଲିସ ମଧ୍ୟ ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଛି । 

ବିଶେଷ ସୁତ୍ରରୁ ଖବର ପାଇ  କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ବରେ  ନନ୍ଦପୁର ଥାନା ଅଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲା । ସେହି ସମୟରେ ପଡୁଆ  ଅଞ୍ଚଳରୁ  ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇ ଥିଲା ପୋଲିସ ।

ପୋଲିସ ଗାଡି ଅଟକାଇବା ଦେଖି ଅନ୍ଧାର ରାତି ଏବଂ କୁହୁଡିର  ସୁଯୋଗ ନେଇ ଗଞ୍ଜେଇ ମଫିଆ ଗାଡି ଛାଡି ଚମ୍ପଟ ମାରିଥିଲେ । ପୋଲିସ ଗାଡି ଯାଞ୍ଚ କରିବାରୁ ଏଥିରୁ ପ୍ରାୟ ୬୦ କୁଇଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଏହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ଶିମିଳିଗୁଡା ଦେଇ ଛତିଶଗଡକୁ ଚାଲଣ ହେଉଥିବା ପୋଲିସ ଅନୁମାନ କରୁଛି । 

ସେହି ଭଳି  ବିଶେଷ ସୂତ୍ରରୁ ଖବର ପାଇ ଏସଡ଼ିପିଓ  ନନ୍ଦପୁର ଏବଂ ପଡୁଆ ଥାନା  ଅଧିକାରୀ  ଚମ୍ପାପୁଟଠାରୁ ୩ କିଲୋମିଟର ଦୂରରେ ପାଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଅସୁଥିବା ପିକଅପ ଭ୍ୟାନକୁ ଅଟକାଇଥିଲେ । ରାତିର ଅନ୍ଧାର ଏବଂ କୁହୁଡିର ସୁଯୋଗ ନେଇ ଜଙ୍ଗଲ ଭିତରକୁ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି ।

ଗାଡିକୁ ଯାଞ୍ଚ କରିବାରୁ ପ୍ରାୟ ୨ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପାଡୁଆ ପୋଲିସ । ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ପଡୁଆ ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶ ଚୋରାଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି ।

   Related Posts