Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଡିଜେଲ ଟ୍ୟାଙ୍କରର ସ୍ଵତନ୍ତ୍ର ଚାମ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଜଣ ଅଟକ

9/10/2020 at 5:50 PM

ଲମତାପୁଟ ୯।୧୦: ପୁଣି ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ନନ୍ଦପୁର ପୋଲିସ  ପଞ୍ଜାବର ଦୁଇ ଗଞ୍ଜେଇ ମଫିଆଙ୍କୁ  ଧରିଛି । କୋରାପୁଟ ଜିଲ୍ଲା ଚାଟୁଆ  ଅଞ୍ଚଳରୁ କଲିକତା ଚାଲାଣ ବେଳେ   ପୋଲିସ ହାତରେ ଧରାପଡିଛି  ବିପୁଳ ପରିମାଣର ଗଞ୍ଜେଇ ।  କୋରାପୁଟ ଏସପି ଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡ଼ିପିଓ  ଏବଂ ନନ୍ଦପୁର ଥାନା ଅଧିକାରୀ ମିଳିତ ପଡୁଆଠାରୁ ନନ୍ଦପୁର ପେଟ୍ରୋଲିଂ କରିବା ସମୟରେ ଧରାପଡିଛି ଗଞ୍ଜେଇ । 

ଚାଟୁଆ  ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଡିଜେଲ ଟ୍ୟାଙ୍କରକୁ  ଅଟକାଇ ଗାଡି ଯାଞ୍ଚ  କରିବାରୁ  କିଛି ବି ସୁରାଗ ପାଇନଥିଲା ପୋଲିସ । ପ୍ରାୟ ଏକ ଘଣ୍ଟା ଧରି ଗାଡିକୁ ତନ ତନ କରି ଯାଞ୍ଚ କରିବାରୁ ଡିଜେଲ ଟାଙ୍କିରେ ସ୍ଵତନ୍ତ୍ର ଚାମ୍ବରରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା ।  ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଟ୍ୟାଙ୍କର  ସହ  ଦୁଇ ଜଣକୁ  ଅଟକ ରଖିଛି ପୋଲିସ   । 

ଏହି ଟ୍ରକରେ ପ୍ରାୟ  ୬  କ୍ବିଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ । ଏହାର ମୂଲ୍ୟ ୫୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଯୁବକ ପଞ୍ଜାବ  ଅଞ୍ଚଳର ସନ୍ଦୀପ ସିଂହ ଦେବ ଜୀ  ଏବଂ ରନ୍ଦୀପ ସିଂହ  । ଏମାନେ ଏହି ଡିଜେଲ ଟ୍ୟାଙ୍କରକୁ କେବଳ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହାର କରୁଥିଲେ ।  ଏହି ଦୁଇ ଯୁବକ ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସକୁ କହିଥିବା ପୋଲିସ ସୂଚନା ଦେଇଛି ।

   Related Posts