Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କଣ୍ଟେନରରୁ ୫କ୍ବିଣ୍ଟାଲ ୫୨କେ.ଜି. ଗଞ୍ଜେଇ ଜବତ, ମାସେ ତଳେ ଦୁର୍ଘଟଣା ପରେ ଜବତ ହୋଇଥିଲା ଗାଡି

22/05/2021 at 3:37 PM

କଳାହାଣ୍ଡି ୨୨।୫: ପୋଲିସ ଜବତ କରିଥିବା ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୫ କ୍ବିଣ୍ଟାଲ ୫୨ କେ.ଜି. ଗଞ୍ଜେଇ ଜବତ । ପ୍ରାୟ ୧ ମାସ ତଳେ କେସିଙ୍ଗା ଥାନାରେ ଦୁର୍ଘଟଣା ହୋଇ ଜବତ ହୋଇ ରହିଥିବା ଏକ କଣ୍ଟେନରରୁ ୫ କ୍ବିଣ୍ଟାଲ ୫୨ କେ.ଜି. ଚୋରା ଗଞ୍ଜେଇ ଜବତ ହୋଇଛି । ପ୍ରାୟ ୧ ମାସ ପରେ ଏହି କଣ୍ଟେନରର ସିଲିଙ୍ଗରୁ ଗଞ୍ଜେଇ ଜବତ ହୋଇଛି । ଏହି ଜବତ ଗାଡିର ଡ୍ରାଇଭର ଦୁର୍ଘଟଣା ପରେ  ଫେରାର ହୋଇଥିବାବେଳେ ଗାଡିକୁ ନେବା ପାଇଁ କେହି ଆସିନଥିଲେ ।

ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କଶୃପଡାଠାରେ ଦୁଇଟି କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଥିଲା । ଅନ୍ୟ କଣ୍ଟେନରର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ଓ ଏହି କଣ୍ଟେନର ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା । କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ଶନିବାର କଣ୍ଟେନର ସିଲିଙ୍ଗରୁ ଗଞ୍ଜେଇ ଜବତ କରିଛି ।

   Related Posts