କାର୍‌ରୁ ୧୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

Published By : Prameya-News7 Bureau | December 03, 2021 IST

ମୋହନା ୩୧୨: ଗୋଟିଏ ପଟେ ଗଜପତି ପୋଲିସ ପକ୍ଷରୁ ଗଞ୍ଜେଇ ଚାଷ ସମୂଳେ ବିନାଶ ପାଇଁ ଅପରେସନ ଗ୍ରୀନ୍ କ୍ଲିନ୍ ଜାରି ରଖିଥିବା ବେଳେ ଅନ୍ୟପଟେ ଗଞ୍ଜେଇ ଚୋରା ଚାଲାଣ ମଧ୍ୟ ଥମୁନାହିଁ । ଗୁରୁବାର ବିଳମ୍ବିତ ରାତିରେ କୁସୁମପୁର ଗାଁ ନିକଟରେ ମୋହନା ପୋଲିସ ଚଢ଼ାଉ କରି ଏକ କାର ସହ ୧୧୫ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଘଟଣାରେ ୨ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ କପାଖାଲ ଗାଁର ରାଜମୋହନ ଗମାଙ୍ଗ ଓ ଘୋଡାପଦର ଗାଁର ଉସାୟ ମଣ୍ଡଳ । ଏହି ଗଞ୍ଜେଇ ବାହାରକୁ ଚାଲାଣ ହେଉଥିଲା ।

{"id":553518,"sizeSlug":"full","linkDestination":"none"}

ଅନ୍ୟପଟେ ଗୁରୁବାର ମୋହନା ଥାନା ବିଜିପୁର ଗାଁ ନିକଟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୧୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.