Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ବାଇକ୍‌କୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସିଲା କାର୍, ଡିକିରୁ ମିଳିଲା ବିପୁଳ ପରିମାଣର ଗଞ୍ଜେଇ

26/12/2020 at 1:45 PM

ଜଳେଶ୍ବର ୨୬।୧୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ କିଆପଣସି ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇ ନୟନଜୋରୀକୁ ଖସି ପଡିଥିବା କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବସ୍ତା ପୋଲିସ । ଶୁକ୍ରବାର ଅପରାହ୍ନରେ ଇନ୍ଦିରା ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସି ଯାଇଥିଲା । ପରେ ଖବର ପାଇ ସ୍ଥାନୀୟ ଲୋକେ କାରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥାନାକୁ ଖବର ଦେଇଥିଲେ ।

ଖବର ପାଇ ଆମାର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ରସାନନ୍ଦ ବେହେରା  ଘଟଣା ସ୍ଥଳରେ ପହଞ୍ଚି କାରଟିକୁ ନୟନ ଯୋଡିରୁ କ୍ରେନ୍ ଯୋଗେ ଉଠାଇବା ପରେ ଉକ୍ତ କାରର ପଛପଟ ଡିକିରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଏହି କାରରେ ଥିବା ଚାଳକଙ୍କୁ ପୋଲିସ ଖୋଜିବା ବେଳକୁ ସେ ଫେରାର ହୋଇଥିବା ଜଣାଯାଇଥିଲା।

କାର୍ ଟି ବାଲେଶ୍ବର ପଟୁ ଜଳେଶ୍ଵର ଆଡକୁ ଯାଉଥିବା ବେଳେ ଉକ୍ତ କାରରେ ନମ୍ବର ପ୍ଲେଟ୍ ନଥିଲା । ତେବେ ଏ ଗାଡିଟି ପଶ୍ଚିମବଙ୍ଗର ମୁର୍ସିଦାବାଦ ଆରଟିଓ ଅଫିସରୁ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଗାଡିରେ କୌଣସି ନମ୍ବର ପ୍ଲେଟ୍ ନଥିବା ଜଣାପଡିଥିଲା । ତେବେ ସକାଳ ସମୟରେ ବସ୍ତା ଥାନା ଅଧିକାରୀ ଅଶୋକ କୁମାର ନାୟକ ଏବଂ ବସ୍ତା ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ ପହଞ୍ଚି  ମାରୁତି କାରରୁ ୬୨ କିଲୋ  ୭୫୦ଗ୍ରାମ  ଗଞ୍ଜେଇ ଜବତ କରିଥିଲେ।

   Related Posts