ବୋଲେରୋରୁ ୨୨୯ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | January 15, 2021 IST

ସେମିଳିଗୁଡା ୧୫।୧: ସେମିଳିଗୁଡା ପୋଲିସ ହାତରେ ଧରାପଡ଼ିଲେ ଗଞ୍ଜେଇ ଚାଲାଣକାରୀ । ଜାତୀୟ ରାଜପଥ ୨୬ ନିକଟ ଏକ ଢ଼ାବା ନିକଟରେ ସେମିଳିଗୁଡା ପୋଲିସ ଏକ ବୋଲେରୋ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ କରିବା ସମୟରେ ବୋଲେରୋର ପଛପଟେ ଥିବା ଏକ ଗୁପ୍ତ ଚାମ୍ବରରୁ ଗଞ୍ଜେଇ ଭର୍ତ୍ତି ୮୭ଟି ବ୍ୟାଗ୍ ଜବତ କରିଥିଲା ସେମିଳିଗୁଡା ପୋଲିସ । ୨୨୯ କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ସେମିଳିଗୁଡା ଥାନା ଅଧିକାରୀ ଧୀରେନ କୁମାର ବେହେରା ।

{"id":392772,"sizeSlug":"large","linkDestination":"none"}

ଗଞ୍ଜେଇ ପଟାଙ୍ଗୀରୁ ଜୟପୁରକୁ ଚୋରା ଚାଲାଣ ହେଉଥିଲା । ଏବେ କୋରାପୁଟ ଜିଲ୍ଲାର ଜାତୀୟ ରାଜପଥରେ ନିୟମିତ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ କୋରାପୁଟ ପୋଲିସ ସଜାଗ ହୋଇ ଗଞ୍ଜେଇ ଚାଲାଣ କାରବାରରେ ଲିପ୍ତ ଥିବା ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.