କୋରାପୁଟରୁ ଦିଲ୍ଲୀକୁ ଲମ୍ବିଛି ଗଞ୍ଜେଇ ଚାଲାଣର ଚେର : ଭୁବନେଶ୍ବର ରେଲୱେ ଷ୍ଟେସନରୁ ପୁଣି ଗଞ୍ଜେଇ ଜବତ, ୨ ଲେଡି ମାଫିଆ ଗିରଫ

Published By : Prameya-News7 Bureau | November 10, 2020 IST

ଭୁବନେଶ୍ବର ୧୦।୧୧: ଭୁବନେଶ୍ବର ରେଲୱେ ଷ୍ଟେସନରୁ ପୁଣି ଜବତ ହେଲା ଗଞ୍ଜେଇ । ୨୬ କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍ । ଚଢାଉ ବେଳେ ଦୁଇ ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋରାପୁଟରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି । ନୀଳାଚଳ ଏକ୍ସପ୍ରେସରେ ଚୋରାରେ ଗଞ୍ଜେଇ ଚାଲାଣ ହୋଇଥାନ୍ତା ।

{"id":359151,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟାରେ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି । ଲଗେଜ୍ ବ୍ୟାଗ୍‌ରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଆରପିଏଫ ହାତରେ ଧରାପଡିଛନ୍ତି ଦୁଇ ମହିଳା । ଷ୍ଟେସନରେ ଲଗେଜ୍ ସ୍କାନିଂ ହୋଇଥିଲା । ମାତ୍ର ସେଥିରେ ଗଞ୍ଜେଇ ଥିବା ଜଣାପଡିନଥିଲେ । ଫଳରେ ଏମାନେ ଷ୍ଟେସନ ଭିତରେ ପ୍ରବେଶ କରିଥିଲେ । ଉଭୟ ୧ ନମ୍ବର ପ୍ଲାଟ୍‌ଫର୍ମକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ଆରପିଏଫ ପୋଲିସକୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା । ପୁର୍ନବାର ଲଗେଜ୍ ବ୍ୟାଗ୍ ସ୍କାନ୍‌ କରିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡିଛି । ଜବତ ଗଞ୍ଜେଇ କୋରାପୁଟରୁ ଦିଲ୍ଲୀକୁ ଚାଲାଣ ହେଉଥିବା ଜଣାପଡିଛି । ତେବେ ନୀଳାଚଳ ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ହେବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.