ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି

Published By : Prameya-News7 Bureau | October 22, 2021 IST

ଭୁବନେଶ୍ବର ୨୨।୧୦: ତେଲ ଟ୍ୟାଙ୍କରରେ ହେଉଥିଲା ଗଞ୍ଜେଇ ଚାଲାଣ । ଚଢାଉ କରି ରସୁଲଗଡ ନିକଟରୁ ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଏନସିବି । ତେବେ ଏହି ଗଞ୍ଜେଇ କୋରାପୁଟରୁ ବିହାରକୁ ଚାଲାଣ ହେଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ରସୁଲଗଡ ଛକ ନିକଟରୁ ଗଞ୍ଜେଇ ଭର୍ତ୍ତି ତେଲ ଟ୍ୟାଙ୍କରକୁ ଧରିଛି ଏନସିବି । କୌଣସି ସୂତ୍ରରୁ ସୂଚନା ପାଇ ରସୁଲଗଡ ନିକଟରେ ଏନସିବି ଛାନଭିନ୍ କରିଥିଲା । ସେଠାରୁ ଏକ ତେଲ ଟ୍ୟାଙ୍କରକୁ ଜବତ କରିବା ସବ ସେଥିରୁ ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ତେଲ ଟ୍ୟାଙ୍କରର ଡ୍ରାଇଭର ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଜବତ ହୋଇଥିବା ତେଲ ଟ୍ୟାଙ୍କରଟି ପଶ୍ଚିମବଙ୍ଗ ନମ୍ବରର ବୋଲି ଜଣାପଡିଛି ।  ଏହି ଗଞ୍ଜେଇ କୋରାପୁଟରୁ ବିହାରକୁ ଚାଲାଣ ହେଉଥିବା ଜଣାପଡିଛି । ତେବେ ଏ ନେଇ ଅଧିକ ଛାନଭିନ୍ ଜାରି ରଖିଛି ଏନସିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.