ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ପରିସରରୁ ଗଞ୍ଜେଇ ଜବତ, ୨ ଯୁବକ ଗିରଫ

Published By : Prameya-News7 Bureau | April 24, 2021 IST

ଜଟଣୀ ୨୪।୪: ଖୋର୍ଦ୍ଧା ରୋଡ୍ ଷ୍ଟେସନ ପରିସରରୁ ୨୮ କିଗ୍ରା ୫୦୦ ଗ୍ରାମ ଗଞ୍ଜେଇ ଜବତ । ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ RPF ର STF ଟିମ୍ ଏହି ଗଞ୍ଜେଇ ଜବତ କରିଛି । ଗତ ୩ ଦିନ ଧରି ସନ୍ଦିଗ୍ଧ ଅବସ୍ଥାରେ ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନରେ ବୁଲୁଥିବା ଦୁଇ ଜଣ ଯୁବକଙ୍କଠାରୁ ରେଳମଣ୍ଡଳ RPF ର STF ଟିମ୍ ୨୮ କିଗ୍ରା ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ।

ଖୋର୍ଦ୍ଧାରୋଡ୍ RPF ର STF ଟିମ୍ ଓ GRP ର ମିଳିତ ଅଭିଯାନରେ ଜନୈକ ବି.ଟେକ୍ ଛାତ୍ର ଜୟଚନ୍ଦ୍ର କାର୍ଜ୍ଜି ମାଝୀ ପ୍ଲାଟଫର୍ମରେ ବୁଲୁଥିବା ବେଳେ ତା ନିକଟରୁ ୧୨ କିଗ୍ରା ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା । ଅନୁରୂପ ଭାବରେ ରେଳଷ୍ଟେସନ ପରିସରରୁ ଅନ୍ୟ ଜଣେ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବଛାସାଗର ଡ଼ୋରାଠାରୁ ୧୬ କିଗ୍ରା ଗଞ୍ଜେଇ ଜବତ କରିବାରେ RPF ଓ GRPର ମିଳିତ ଟିମ୍ ସଫଳ ହୋଇଛି । ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି GRPର OC ଧରଣୀଧର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.