କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

Published By : Prameya-News7 Bureau | April 24, 2021 IST

ଭଦ୍ରକ ୨୪।୪: ଭଦ୍ରକ ଅବକାରୀ ବିଭାଗ ଦ୍ବାରା ଏକ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହାସହ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଏହି ବେଆଇନ କାରବାରରେ ବ୍ୟବହାର କରାଯାଇଥିବା ଗୋଟିଏ ଇଣ୍ଡିଗୋ କାରକୁ ମଧ୍ୟ ଜବତ କରାଯାଇଛି । ଗିରଫ ଦୁଇ ଯୁବକ ହେଲେ ଧୂଷୁରୀ ଥାନା ତୋରବାନ୍ତିଆ ଗ୍ରାମର ଚକ୍ରଧର ଜେନା ଓ ଧାମନଗର ଥାନା ମୀର ହସନପୁର ଗ୍ରାମର ହେମନ୍ତ ମଳିକ ।

{"id":443296,"width":841,"height":378,"sizeSlug":"large","linkDestination":"none"}

ଏହି ଦୁଇ ଜଣ ଯୁବକ କଟକରୁ ଭଦ୍ରକ ଇଣ୍ଡିଗୋ କାରରେ ବେଆଇନ ଭାବେ ଗଞ୍ଜେଇ ଆଣୁଥିଲା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକ ନିକଟରେ ଅବକାରୀ ବିଭାଗ ଦ୍ବାରା ଧରା ପଡିଥିଲେ । ସେମାନଙ୍କ ନିକଟରୁ ୧୦ କିଲୋ ଗଞ୍ଜେଇ ଜବତ କରାଯିବା ପରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.