କାର୍‌ରୁ ୧୦୪ କେ.ଜି. ଗଞ୍ଜେଇ ଜବତ, ୧ ଲକ୍ଷ ୪୭ ହଜାର ଟଙ୍କା ସହ ୫ ଗିରଫ

Published By : Prameya-News7 Bureau | August 19, 2020 IST

ଫୁଲବାଣୀ ୧୯।୮: କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ୍ ଏକ ଗଞ୍ଜେଇ ଚାଲାଣ ରାକେଟକୁ ଧରିବାରେ ସକ୍ଷମ ହୋଇଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ୍ ଗତକାଲି ସଲାଗୁଡା ଅଞ୍ଚଳରେ ପ୍ରେସ୍ ଲେଖା ଥିବା ଏକ କାର୍ ଉପରେ ଚଢାଉ କରିଥିଲା ।

{"id":316975,"sizeSlug":"large"}

ଚଢାଉ ବେଳେ କାରରୁ ୧୦୨ କେ.ଜି. ଗଞ୍ଜେଇ ଜବତ କରିବା ସହ ୧ ଲକ୍ଷ ୪୭ ହଜାର ଟଙ୍କା ନଗଦ ଏବଂ ଏକ ଗଣମାଧ୍ୟମର ବୁମ୍ ମଧ୍ୟ ଜବତ କରିଛି ପୋଲିସ ।

{"id":316976,"sizeSlug":"large"}

ଜବତ ଗଞ୍ଜେଇ ଗୋଛାପଡା ଅଞ୍ଚଳରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳକୁ ଚାଲାଣ ହେଉଥିଲା । ଏହି ଚାଲାଣରେ ସାମିଲ ଥିବା ୫ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.