Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗଞ୍ଜେଇ ବୋଝେଇ ପିକଅପ୍ ଉପରେ ଚଢାଉ ବେଳେ ଛୁ ମାରିଲେ ବେପାରୀ, ଧରିପଡିଗଲା ଡ୍ରାଇଭର

25/06/2021 at 10:15 AM

ସୋନପୁର ୨୫।୬: ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଗଞ୍ଜେଇ ଚୋରାଚାଲାଣ ବେଳେ ଅଟକାଇଛି । ବୌଦ୍ଧ ଜିଲ୍ଲା କଣ୍ଟମାଳ ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ଗାଡି ବାଇପାସ୍ ରାସ୍ତାରେ ସହର ବାହାରକୁ ଯାଉଥିବା ବେଳେ ଗାଡି ଉପରେ ପୋଲିସ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଗଞ୍ଜେଇ ବେପାରୀମାନେ ଗାଡିରୁ ଫେରାର ମାରିବାରେ ସକ୍ଷମ ହୋଇଥିବା ବେଳେ ମ୍ୟାକ୍ସ ପିକଅପର ଡ୍ରାଇଭରକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଗାଡି ତନଖି କରିବାରୁ ଗାଡି ଭିତରୁ ୧ କ୍ବିଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ପୋଲିସ ତଦନ୍ତରୁ ଜାଣି ପାରିଛି । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଗାଡିର ଅଭିଯୁକ୍ତ ଡ୍ରାଇଭର ପଞ୍ଜାବ ପ୍ରଦେଶର ଫିରୋଜପୁର ଜିଲ୍ଲାର ଦଲବୀର ସିଂ ବୋଲି ଜଣାପଡିଛି। ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

   Related Posts