Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଧକ୍କା ମାରି ଖସି ଯାଉଥିଲେ ଗଞ୍ଜେଇ ମାଫିଆ, ୪ କିମି ପିଛା କରି ଧରିଲା ପୋଲିସ

4/04/2021 at 7:17 AM

ଲମତାପୁଟ, ୦୪|୦୪ : ଲମତାପୁଟ  ପୋଲିସକୁ ବଡ ସଫଳତା ।    ଶଗର ଅଞ୍ଚଳରୁ   ଉତର ପ୍ରଦେଶ  ଚୋରା ଚାଲଣ ବେଳେ ଦୁଇ ଗଞ୍ଜେଇ ମଫିଆଙ୍କୁ ମାଡ଼ି ବସିଲା ଲମତାପୁଟ  ପୋଲିସ । ଏହାସହ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି ।   

ସୂଚନାନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ  ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ  ତତ୍ଵାବଧାନରେ  ଫାଣ୍ଡି ଅଧିକାରୀ  ଲମତାପୁଟ  ମୁଖ୍ୟ ବଜାରରେ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ ।  ଶଗର  ଆଡୁ ଦ୍ରୁତ ଗତିରେ ଆସୁଥିବା ମାରୁତି କାରକୁ ଅଟକାଇ  ଥିଲା ପୋଲିସ  ।  ମାଫିଆମାନେ  ଗାଡିକୁ ଅଟକାଇ ଥିଲେ  ପୋଲିସ  ଗାଡି ଯାଞ୍ଚ କରିବା ଆରମ୍ଭ  କରିବା ସମୟରେ ମାଫିଆମାନେ  ଧକ୍କା  ଦେଇ  ଦ୍ରୁତ ଗତିରେ କାରକୁ ନେଇ ଚାଲି ଯାଇଥିଲେ  । ପୋଲିସ ଗଡିକୁ ପିଛା କରି  ପ୍ରାୟ ୪ କିଲୋମିଟର  ଦୂର କାଡାମ ଗ୍ରାମ ଛକ ନିକଟରେ   ଗାଡିକୁ ଅଟକାଇବା ସହ  ଦୁଇ ମଫିଆଙ୍କୁ କାବୁ କରିଥିଲା ।

କାର ପଛପଟେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା ।  କାରରେ ଦୁଇଟି ବସ୍ତାରେ  ପ୍ରାୟ  ଏକ  କ୍ଵିଣ୍ଟାଲ ଗଞ୍ଜେଇ  ଥିଲା । ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି।   ଅଟକ ଯୁବକମାନେ  ଉତ୍ତର  ପ୍ରଦେଶର ଭଗୁ  ଯାଦବ ଏବଂ  ଜୟପ୍ରକାଶ  ପଟେଲ  ବୋଲି ଜଣା ପଡିଛି  ।  ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ, ପର୍ସ  ଜବତ କରିବା ପରେ ଏମାନେ ବହୁବାର ଏହି ଅଞ୍ଚଳରୁ  ଗଞ୍ଜେଇ  ଚୋରାଚାଲାଣ  କରୁଥିବା  ସ୍ଵୀକାର କରିଛନ୍ତି ।

   Related Posts